www.samajalive.in
Monday, December 8, 2025
14.1 C
Bhubaneswar

ଚାକିରି କରାଇଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ; ଯୁବକ ଗିରଫ

ନିଜକୁ ମତ୍ସ୍ୟ ବିଭାଗର ଅଧିକାରୀ ‌ ବୋଲି ପରିଚୟ ଦେଇ କେତେକ ବେକାର ଯୁବକଙ୍କ ଠାରୁ ସେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ପୁରୀ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସମ୍ପୃକ୍ତ ଯୁବକଙ୍କ ନାଁ ଦୀନେଶ ମିଶ୍ର । ସେ ଏକ କାର୍ଯ୍ୟାଳୟରେ ପିଅନ ଭାରେ କାର୍ଯ୍ୟ କରନ୍ତି ।  ସରକାରୀ ଚାକିରିରେ ରହି ବିଭାଗ ନାଁରେ ଏ ଭଳି ଠକେଇ କରିଥିବାରୁ ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ପ୍ରକାଶ କୁମାର ସ୍ୱାଇଁ ନାମକ ଜଣେ ଯୁବକଙ୍କ ଅଭିଯୋଗ ଅନୁସାରେ  ଦିନେଶ ମିଶ୍ର ପୁରୀରେ ମୁକୁନ୍ଦ ମିଶ୍ର ନଗରରେ ରହନ୍ତି। ସେ ଏକ ଏସି କିଣିବା ପାଇଁ ଦୋକାନକୁ ଆସି ଫାଇନାନ୍ସ କରିବା ବେଳେ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା  । ଏହି ଅବସରରେ ସେ ଚାକିରି କରାଇଦେବା ଏବଂ ମାଛ ଚାଷ ଲାଗି ଋଣ କରାଇଦେବେ ବୋଲି ଆଶ୍ଵାସନା ଦେଇଥିଲେ । ସେ ଫିସରିଜ୍ ଆକ୍ୱାଟିକ କମ୍ପାନୀର ଏକ ଅଫର ଲେଟର ବି ଦେଇଥିଲେ । ତେବେ ଟଙ୍କା ସବୁ ଦେଇସାରିଲେ ଚାକିରି ଦିଆଯିବ ବୋଲି କହିଥିଲେ । ଅନୁରୂପ ଭାବରେ ମାନସ ବେହେରା ନାମକ ଜଣେ ଯୁବକ ମଧ୍ୟ ଦୀନେଶଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।

- Advertisement -

ଠକେଇର ଶିକାର ହୋଇଥିବା ନିମାପଡ଼ା ଶମ୍ଭୁଭାରତୀ ପାଟଣା ଗ୍ରାମର ୨୫ ବର୍ଷୀୟ ଯୁବକ ଜଗଦୀଶ ମହାପାତ୍ର ଦିନେଶଙ୍କ ଠକେଇକୁ ନେଇ ୨୦୨୦ ଜୁଲାଇ ୯ରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଇ-ଅଭିଯୋଗ କରିଥିଲେ । ‘‘ତା’ ପର ଦିନ ଅର୍ଥାତ ଜୁଲାଇ ୧୦ରେ ସେହି ଅଭିଯୋଗକୁ ବିଭାଗୀୟ ତଦନ୍ତ ପାଇଁ ପଠାଯାଇଇଥିବା ମଧ୍ୟ ସୂଚନା ମିଳିଛି । ସୂଚନା ଅନୁସାରେ ଦୀନେଶ ପ୍ରାୟ ୧୦ ଜଣ ଯୁବକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories