ବନ୍ଧୁର ଅନ୍ୟ ନାମ ସାହାରା
ଆଜିର ଦିନରେ ପ୍ରକୃତ, ମୂଲ୍ୟବାନ ଓ ଦୃଢ ବନ୍ଧୁତ୍ୱର ସମ୍ପର୍କ ବହୁତ କମ୍ ଦେଖିବାକୁ ମିଳେ। ଜୀବନରେ ଜଣେ ପ୍ରକୃତ ବନ୍ଧୁ ସବୁ ସମୟରେ ସବୁ ପରିସ୍ଥିତିରେ ଆପଣଙ୍କ ସାଥିରେ ରହିବା ସହିତ ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ସାହାସ ଓ ପ୍ରେରଣା ଦେଇଥାଏ। ବନ୍ଧୁତ୍ୱର ଅନେକ ମହାନ ଗାଥାର ସାକ୍ଷୀ ରହିଛି ଇତିହାସ । କିଛି ଲୋକ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ପଛେଇ ନାହାନ୍ତି। କୁହାଯାଏ ପିତା-ମାତାଙ୍କ ପରେ ଯଦି କେହି ଆମକୁ ଅତି ନିକଟରୁ ଜାଣିଥାଏ, ସେ ହେଉଛି ଆମ ‘ବନ୍ଧୁ’।
ଜୀବନରେ ବେଳେବେଳେ ଆମେ ଏପରି ଜଟିଳତାରେ ଫସିଯାଆନ୍ତି, ଯେତେବେଳେ ଆମେ ଇଚ୍ଛା କରି ମଧ୍ୟ କାହାର ସହାୟତା ନେଇ ପାରନ୍ତି ନାହିଁ। ସେହି ସମୟରେ କେବଳ ଗୋଟିଏ ବ୍ୟକ୍ତି ହିଁ ସାହାରା ହୋଇ ଆମ ପାଖରେ ଠିଆ ହୋଇଥାଏ। ସେ ହେଉଛି ଆମ ବନ୍ଧୁ। ଜୀବନର ସେହି ଜଟିଳ ସୂତାଖିଅରୁ ଆମକୁ ସେ ହିଁ ମୁକୁଳାଇ ଥାଏ। ବନ୍ଧୁ ସବୁବେଳେ ଆମ ହୃଦୟର ଭାଷାକୁ ପଢି ପାରିଥାଏ। ନିଶ୍ଚିତ ରୂପେ, ଯଦି ଆମ ବନ୍ଧୁ ଆମ ସହ ଅଛି ତେବେ ଆମେ ବଡ଼ ରୁ ବଡ଼ ଆହ୍ୱାନକୁ ଗ୍ରହଣ କରି ତା’ ଉପରେ ବିଜୟ ହାସଲ କରିପାରିବା।