www.samajalive.in
Monday, December 8, 2025
13.1 C
Bhubaneswar

ଶୁକ୍ରବାର କ’ଣ କଲେ ଦୂର ହେବ ଟଙ୍କା ଅଭାବ, କର୍ମକ୍ଷେତ୍ରରେ ମିଳିବ ସଫଳତା..

ହିନ୍ଦୁ ଧର୍ମରେ ଗୁରୁବାର ଭଳି ଶୁକ୍ରବାର ଦିନ ମଧ୍ୟ ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଏହି ଦିନ ବ୍ରତ ପାଳନ କରି ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଲୋକଙ୍କ କଷ୍ଟ ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଖୁବ୍‌‌ ଲାଭ ମିଳିଥାଏ। ଶୁକ୍ରବାର ଦିନ କିଛି ଜ୍ୟୋତିଷ ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ କଷ୍ଟରୁ ମୁକ୍ତି ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ବାସ୍ନାଯୁକ୍ତ ଫୁଲ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଅଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି ଉପାୟ ଆପଣାଇବା ଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

- Advertisement -

ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କ ନିକଟରେ ଭୋଗ ଅର୍ପଣ କରିବା ସମୟରେ କ୍ଷୀରି ପ୍ରସ୍ତୁତ କରି ନିଶ୍ଚୟ ଅର୍ପଣ କରନ୍ତୁ। କ୍ଷୀରି ମା’ଲକ୍ଷ୍ମୀଙ୍କ ଖୁବ୍‌‌ ପ୍ରିୟ। ଏହି କ୍ଷୀରିକୁ ଘର ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହେବ। ହଠାତ୍‌‌ ଧନ ପ୍ରାପ୍ତି ହେବ। ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ବିବାହିତା ମହିଳା ମାନେ ମା’ଲକ୍ଷ୍ମୀଙ୍କ ନିକଟରେ ସାଜସଜ୍ଜା ଜିନିଷ ଯେପରି ଚୁଡି, ସିନ୍ଦୂର ଆଦି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ସମସ୍ୟା ମଧ୍ୟ ଦୂର ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଶୁକ୍ରବାର ଦିନ ଧଳା ରଙ୍ଗ ଜିନିଷର ଦାନ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଯେଉଁମାନଙ୍କର ଆର୍ଥିକ ସମସ୍ୟା ଲାଗି ରହୁଛି, ସେମାନେ ଶୁକ୍ରବାର ଗୋମତି ଚକ୍ରକୁ ପୂଜାର୍ଚ୍ଚନା କରିବା ପରେ ଏହାକୁ ରଖନ୍ତୁ। ଏହାଦ୍ୱାରା ଘରୁ ଟଙ୍କା ପଇସାର ଅଭାବ ଦୂର ହୋଇଥାଏ।

ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କୁ ବିଧିପୂର୍ବକ ପୂଜା କରିବା ସହ ଗୋଲାପ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ବାସ୍ନାଯୁକ୍ତ ଚନ୍ଦନ ଅର୍ପଣ କରିବା ଦ୍ୱାରା ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ। ଘରେ ମଧ୍ୟ ପରଫ୍ୟୁମ୍‌‌ ରଖିବା ଦ୍ୱାରା ବ୍ୟବସାୟରେ ଲାଭ ମିଳିଥାଏ।

ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଅନେକ ଦିନରୁ ଅଟକି ରହିଥିବା କାମରେ ସଫଳତା ମିଳିଥାଏ। କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories