www.samajalive.in
Saturday, December 6, 2025
16.1 C
Bhubaneswar

ଜୁଲାଇ ୧୫ରୁ ମାଗଣା ଟିକା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଟିକାକରଣକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଏଣିକି ମାଗଣାରେ ମିଳିବ ବୁଷ୍ଟର ଡୋଜ୍‍। ୧୮ ରୁ ଅଧିକ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍‍ । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ପ୍ରତିଷେଧକ ଟିକା। ଜୁଲାଇ ୧୫ ରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ୭୫ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଦିଆଯିବା ମାଗଣା ଟିକା। ଦେଶରେ ୧୮-୫୯ ବର୍ଷ ବୟସର ୭୭ କୋଟି ଲୋକଙ୍କୁ ଏହି ପାନ ଦିଆଯିବ। ଏମାନଙ୍କ ମଧ୍ୟରୁ ଏକ ପ୍ରତିଶତରୁ କମ୍ ଲୋକଙ୍କୁ ଏପର୍ୟ୍ୟନ୍ତ ଏହି ଡୋଜ ଦିଆଯାଇଛି। ପ୍ରକାଶ ଥାଉକି, ୬୦ ବର୍ଷରୁ ଅଧିକ ବୟସର ୧୬୦ କୋଟି ଯୋଗ୍ୟ ଜନସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ସ୍ୱାସ୍ଥ୍ୟସେବା ଏବଂ ଆଗଧାଡିର କରୋନା ଯୋଦ୍ଧା ବୁଷ୍ଟର ଡୋଜ ପାଇଛନ୍ତି ବୋଲି ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories