www.samajalive.in
Sunday, December 7, 2025
26.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଠକେଇ ଅଭିଯୋଗ

କଟକ: ବଡ଼ ଖବର ‌ନ୍ୟୁଜ୍ ଚ୍ୟାନେଲର‌ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ସିଂ ଚାୱଲା ତାଙ୍କ ବିରୋଧରେ ସାଂଘାତିକ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଛନ୍ତି।

ଗଗନଦୀପଙ୍କ କହିବା କଥା, ଚୁକ୍ତି ମୁତାବକ ସେ ୨୦୨୦ରେ ବଡ଼ ଖବର ଚ୍ୟାନେଲ ପାଇଁ ବୈଦ୍ୟୁତିକ ସରଞ୍ଜାମ ଯୋଗାଇ ଦେଇଥିଲେ। କିନ୍ତୁ ଅର୍ଦ୍ଧେନ୍ଦୁ ମାତ୍ର ୧୦ ଲକ୍ଷ ଟଙ୍କା ଦେଇ ଅବଶିଷ୍ଟ ‌ପ୍ରାୟ ୯୨ ଲକ୍ଷରୁ ଅଧିକ ଟଙ୍କା ତାଙ୍କୁ ଦେବା ବଦଳରେ ବିଭିନ୍ନ ଆଳରେ ତାଙ୍କୁ ଆଜିଯାଏଁ ଠକି‌ ଆସୁଛନ୍ତି। ସେପଟେ ଏନେଇ ଉଭୟ କ୍ରାଇମବ୍ରାଞ୍ଚ୍ ଓ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା ଆମର‌ ହସ୍ତଗତ ହୋଇପାରିନାହିଁ। ତେବେ ପ୍ରକୃତରେ ଅଭିଯୋଗର କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories