ମସ୍କୋ : ରୁଷରେ ପାଠ ପଢୁଥିବା ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କର ନଦୀରେ ବୁଡ଼ିଯାଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନେ ସମସ୍ତେ ତାମିଲନାଡୁର। ସେହି ୪ଜଣ ଛାତ୍ର ବୁଡ଼ିଯାଇ ପ୍ରାଣ ହରାଇଥିବାର ଖବର ମିଳିଛି। ସେମାନେ ସମସ୍ତେ ଦକ୍ଷିଣ ଋଷର ବୋଲଗୋଗ୍ରାଦ ଷ୍ଟେଟ୍ ମେଡ଼ିକାଲ୍ ୟୁନିଭରସିଟିର ଛାତ୍ର ଥିଲେ। ବୋଲଗା ନଦୀରେ ସେମାନେ ବୁଡ଼ିଯାଇ ପ୍ରାଣହରାଇଥିବା ଖବର ମିଳିଛି। ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଜଣେ ଛାତ୍ର ଭାସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ତିନିଜଣ ଭାସିଯାଇଥିଲେ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡ଼ି ପାଲାନିସ୍ୱାମୀ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି।
ସେ କହିଛନ୍ତି, ରାଜ୍ୟ ସରକାର ବୈଦେଶିକ ମନ୍ତ୍ରଣାଳୟ ଓ ମସ୍କୋସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି ଏବଂ ସେହି ଛାତ୍ରମାନଙ୍କର ମୃତଦେହ ସ୍ୱଦେଶ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି।



