ସମାଜଲାଇଭ ଡେସ୍କ: ଏକ ଲାଞ୍ଚ ମାମଲାରେ ଅନୁଗୁଳ ଜିଲା କୁମୁରିସିଙ୍ଗାର ପୂର୍ବତନ ଆରଆଇ ଗୁଣନିଧି ନାୟକଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ ସ୍ଵତନ୍ତ୍ର ବିଚାରପତି। ଏହା ସହିତ ତାଙ୍କୁ ଆର୍ଥିକ ଜରିମାନାରେ ଦଣ୍ଡିତ କରାଯାଇଛି।
ଏକ ମ୍ୟୁଟେସନ ମାମଲାରେ ଭେରିଫିକେସନ ରିପୋର୍ଟ ପଠାଇବା ଲାଗି ଗୁଣନିଧି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏ ନେଇ ମାମଲା ରୁଜୁ କରାଯାଇ କୋର୍ଟରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ଗୁଣନିଧି ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ତାଙ୍କ ପେନସନ ବନ୍ଦ କରିବା ଲାଗି ଆବେଦନ କରାଯିବ ବୋଲି କୁହାଯାଇଛି।



