ଚିଦମ୍ବରମ୍‌ଙ୍କ ଗିରଫ ଘଟଣାକ୍ରମ

୧୫ ମେ, ୨୦୧୭: ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ନିବେଶ ନିମନ୍ତେ ଏଫଆଇପିବିର ବେଆଇନ ଅନୁମୋଦନ ଅଭିଯୋଗରେ ସିବିଆଇ ମାମଲା ରୁଜୁ କଲା। ୨୦୦୭ରେ ଚିଦମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସକୁ ଏଫଆଇପିବି ଅନୁମୋଦନ ଦିଆଯାଇଥିଲା।
୧୬ ଜୁନ, ୨୦୧୭: ଫରେନର ରିଜିଓନାଲ ରେଜିଷ୍ଟ୍ରେସନ ଅଫିସର (ଏଫଆରଆରଓ) ଓ ବ୍ୟୁରୋ ଅଫ ଇମିଗ୍ରେସନ ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତୀ ଚିଦମ୍ବରମ୍‌ଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର (ଏଲଓସି) ଜାରି କଲା।
୧୦ ଅଗଷ୍ଟ, ୨୦୧୭: କାର୍ତ୍ତୀ ଓ ଅନ୍ୟ ୪ଜଣଙ୍କ ବିରୋଧରେ ଜାରି ଏଲଓସି ଉପରେ ମାଡ୍ରାସ ହାଇକୋର୍ଟ ରହିତାଦେଶ ଜାରି କଲେ।
୧୪ ଅଗଷ୍ଟ, ୨୦୧୭: ଏଲଓସି ସମ୍ପର୍କିତ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ।
୧୮ ଅଗଷ୍ଟ, ୨୦୧୭: ସିବିଆଇ ନିକଟରେ ହାଜର ହେବାକୁ କାର୍ତ୍ତୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ।
୩୧ ମେ, ୨୦୧୮: ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦମ୍ବରମ୍‌ଙ୍କୁ ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀ ସୁରକ୍ଷା ପ୍ରଦାନ କଲେ। ୨୦୧୮ ଜୁଲାଇ ୩ ପର୍ଯ୍ୟନ୍ତ ଚିଦମ୍ବରମ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟଙ୍କ ନିର୍ଦେଶ।
୩ ଜୁଲାଇ ୨୦୧୮: ସିବିଆଇର ସାମ୍ଭାବ୍ୟ ଗିରଫରୁ ମୁକ୍ତି ପାଇଁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ହାଇକୋର୍ଟ ଅଗଷ୍ଟ ୧ , ୨୦୧୮ ପର୍ଯ୍ୟନ୍ତ ବୃଦ୍ଧି କଲେ। ପରେ ଏହି ଅବଧି ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି।
୨୫ ଅକ୍ଟୋବର ୨୦୧୮: ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ନଭେମ୍ବର ୨୯ ପର୍ଯ୍ୟନ୍ତ ବୃଦ୍ଧି କଲେ।
ନଭେମ୍ବର ୨୦୧୮: ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଜାନୁଆରୀ ୨୪, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି।
୨୫ ଜାନୁଆରୀ ୨୦୧୯: ପି ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ଶେଷ ରାୟ ସଂରକ୍ଷିତ।
୨୦ ଅଗଷ୍ଟ ୨୦୧୯: ଚିଦମ୍ବରମ୍‌ଙ୍କ ଆଗୁଆ ଜାମିନ ଆବେଦନର ରାୟ ପ୍ରକାଶ। ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟଙ୍କ ଅଗ୍ରାହ୍ୟ।
୨୦ ଅଗଷ୍ଟ: ଆଗୁଆ ଜାମିନ ପାଇଁ ଚିଦମ୍ବରମ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ। ଜାମିନ ଆବେଦନର ଶୁଣାଣି ପାଇଁ ୨୧ ତାରିଖକୁ ଦିନ ଧାର୍ଯ୍ୟ
୨୦ ଅଗଷ୍ଟ: ହାଇକୋର୍ଟରେ ଆଗୁଆ ଜାମିନ ଅଗ୍ରାହ୍ୟ ପରେ ରାତିରେ ସିବିଆଇ ଓ ଇଡି ଅଧିକାରୀ ଚିଦମ୍ବରମ୍‌ଙ୍କ ଘର ତଲାସ କଲେ। ଘର ତଲାସ ପରେ ରାତିରେ ସିବିଆଇ ତାଙ୍କ ଘର ବାହାରେ ନୋଟିସ ଲଗାଇଲା। ନୋଟିସ​‌େ​‌ର ଦୁଇଘଣ୍ଟା ମଧ୍ୟରେ ହାଜର ହେବାକୁ ନିର୍ଦେଶ।
୨୧ ଅଗଷ୍ଟ ୨୦୧୯: ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନର ତ୍ବରିତ ଶୁଣାଣି ସୁପ୍ରିମ​‌େ​‌କାର୍ଟରେ ହୋଇପାରିଲା ନାହିଁ।
ଅଗଷ୍ଟ ୨୧: ଆବେଦନର ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ ହେଲା।
ସନ୍ଧ୍ୟା ୮ଟା ୧୧ରେ ଚିଦମ୍ବରମ୍‌ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ନିଜକୁ ନିର୍ଦୋଷ ଦର୍ଶାଇଲେ।
ସନ୍ଧ୍ୟା ୮ଟା ୪୧ରେ ଚିଦମ୍ବରମ୍ ଦିଲ୍ଲୀର ଜୋରବାଗସ୍ଥିତ ନିଜ ବାସଭବନରେ ପହଞ୍ଚିଲେ।
ସନ୍ଧ୍ୟା ୮ଟା ୫୪ ସିବିଆଇ ଦଳ ଚିଦମ୍ବରମ୍‌ଙ୍କ ବାସଭବନରେ ପହଞ୍ଚିଲେ।
ସନ୍ଧ୍ୟା ୯ଟା ୪୭ରେ ଚିଦମ୍ବରମଙ୍କୁ ସିବିଆଇ ଅଧିକାରୀ ନିଜ କାର୍ଯ୍ୟାଳୟକୁ ନେଇଗଲେ।
ରାତି ୧୦ଟା ୨୧ ଚିଦମ୍ବରମ୍‌ଙ୍କୁ ଗିରଫ ନେଇ ସିବିଆଇର ସୂଚନା।

kalyan agarbati

Comments are closed.