www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକାରେ ନିଯୁକ୍ତ ହେବେ ବିଦେଶୀ ଡାକ୍ତର ଓ ନର୍ସ, ବିଧେୟକ ଆଗତ

ୱାଶିଂଟନ୍: ବିଦେଶରୁ ଆଇଟି ପେସାଦାରଙ୍କ ବଦଳରେ ଅଧିକ ସଂଖ୍ୟାରେ ଡାକ୍ତର ଓ ନର୍ସଙ୍କୁ ନିଜ ଦେଶରେ ନିଯୁକ୍ତି ଦେବା ପାଇଁ ଆମେରିକା ଉଦ୍ୟମ ଆରମ୍ଭ କରିଛି। ଏ ବାବଦରେ ଆମେରିକା କଂଗ୍ରେସର ସଂଖ୍ୟାଧିକ ସଦସ୍ୟ ଏକ ଆଇନ ଆଣିବାକୁ ଯାଉଛନ୍ତି। ସେମାନେ ୪୦ହଜାର ଡାକ୍ତର ଓ ନର୍ସଙ୍କୁ ଗ୍ରୀନ୍‌ କାର୍ଡ ପ୍ରଦାନ ସଂକ୍ରାନ୍ତ ଏକ ବିଧେୟକ କଂଗ୍ରେସରେ ଆଗତ କରିଛନ୍ତି। ଏ କ୍ଷେତ୍ରରେ ନିଯୁକ୍ତି ଆଧାରିତ ଏଚ୍‌-୧ବି ଭିସା ସାମୟିକ ବାତିଲ ପାଇଁ ସେମାନେ ପ୍ରସ୍ତାବ ଦେଇଛନ୍ତି। କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଏହା ଜରୁରୀ ଥିବା ସେମାନେ ଦର୍ଶାଇଛନ୍ତି। ଆମେରିକାରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଅଭାବ ପୂରଣ ଏହା ଅପରିହାର୍ୟ୍ୟ ବୋଲି କଂଗ୍ରେସ ସଦସ୍ୟମାନେ ବିଧେୟକରେ ଉଲ୍ଲେଖ କରିଛନ୍ତି।

‘ହେଲ୍‌ଥକେୟାର ୱାର୍କଫୋର୍ସ ରେସିଲେନ୍ସ ଆକ୍ଟ’ ଆଧାରରେ ଏହା ଗୃହୀତ ହେଲେ କଂଗ୍ରେସ ୧୫ହଜାର ବିଦେଶୀ ଡାକ୍ତର ଓ ୨୫ହଜାର ନର୍ସ ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ଆମେରିକାରେ ସ୍ଥାୟୀ ଭାବେ କାର୍ୟ୍ୟ କରିବା ପାଇଁ ଗ୍ରୀନ୍‌ କାର୍ଡ ଯୋଗାଇ ଦେବ। ଏହାଦ୍ବାରା ଭାରତୀୟ ଡାକ୍ତର ଓ ନର୍ସମାନେ ସର୍ବାଧିକ ଉପକୃତ ହେବେ। ଏଚ୍‌-୧ବି କିମ୍ବା ଜେ୨ ଭିସା ପାଇଥିବା ଭାରତୀୟମାନଙ୍କୁ ଏହାଦ୍ବାରା ଅଧିକ ସୁଯୋଗ ମିଳିବ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories