www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା କ୍ଷେତ୍ରରେ ପୂର୍ବାନୁମାନ ଠିକ ନୁହେଁ, ସତର୍କତା ପ୍ରଥମ କର୍ତ୍ତବ୍ୟ – ଆଇଏଲଏସ ନିର୍ଦ୍ଦେଶକ ଡଃ ପରିଡା

ଯଦି ଠିକ ସମୟରେ କରୋନା ଟୀକା ବିକଶିତ ହୁଏ ଓ ପରେ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ପରିଚାଳନା କରାଯିବ ତେବେ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ବ୍ୟାପକ ଟୀକାକରଣ ସମ୍ଭବ ହୋଇପାରିବ ବୋଲି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)ର ନିର୍ଦ୍ଦେଶକ ଡଃ ଅଜୟ କୁମାର ପରିଡା କହିଛନ୍ତି। ଆକାଶବାଣୀ କଟକର ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ନୀତି ଆୟୋଗ ଉପାଧକ୍ଷଙ୍କ ଉକ୍ତିକୁ ଉଦ୍ଧାର କରି ଡଃ ପରିଡା କହିଛନ୍ତି, ଏପ୍ରିଲ ସୁଦ୍ଧା ଟୀକା ମିଳିବା ନେଇ ଆମେ ଆଶାବାଦୀ ରହିବା। ଅକ୍ସଫୋର୍ଡ ଦ୍ୱାରା ବିକଶିତ ହେଉଥିବା ଟୀକା ମାତ୍ରା ୧ ହଜାର ଟଙ୍କାରେ ଦୁଇଟି ଡୋଜ ମିଳିବା ସମ୍ଭାବନା ଥିବା ସେ କହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ପ୍ରତିହତ ଦିଗରେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ଭୂମିକା ସମ୍ପର୍କରେ ଡଃ ପରିଡା କହିଛନ୍ତି ଯେ ଏହି ସଂକ୍ରମଣ ପ୍ରାରମ୍ଭ ସମୟରେ ଆଇଏଲଏସ ମାତ୍ର ୪୪ଟି ନମୁନା ପରୀକ୍ଷା କରୁଥିବା ବେଳେ ଏବେ ସେହି ସଂଖ୍ୟା ୧ ଲକ୍ଷ ୨୫ ହଜାରରେ ପହଂଚିଛି। ରାଜ୍ୟର ୨୬ଟି ଜିଲ୍ଲାରୁ କରୋନା ନମୁନା ପରୀକ୍ଷଣ ପାଇଁ ଆଇଏଲଏସକୁ ଆସୁଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, କରୋନା ଭୁତାଣୁ ଗୋଟିଏ ଦେହରୁ ଅନ୍ୟ ଦେହକୁ ସଂକ୍ରମିତ ହେବା ସମୟରେ ତାହା ମଧ୍ୟରେ ଘଟୁଥିବା ପରିବର୍ତନ ଦ୍ୱାରା ତୀବ୍ରତା ଦେଖାଦେଇଥାଏ। ଅନ୍ୟ କେତେକ ଅଂଚଳରେ କରୋନାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଦେଖାଦେଇଥିବା ବେଳେ ଶୀତଦିନ ଓ ପ୍ରଦୂଷଣ ବୃଦ୍ଧି ଯୋଗୁ ଓଡ଼ିଶାରେ ପୁଣି ସେଭଳି ପରିସ୍ଥିତି ସୃଷ୍ଟି ହେବାର ପୁର୍ବାନୁମାନ ବିଷୟରେ ଡଃ ପରିଡା କହିଛନ୍ତି ଯେ କରୋନା ଏକ ନୂଆ ରୋଗ ତେଣୁ ତାର ପ୍ରଭାବ ରାଜ୍ୟରେ କିଭଳି ରହିବ ଓ ତାର ମାତ୍ରା କେଉଁ ସ୍ଥରକୁ ଯିବ ତାହା ପରେ ଜଣାପଡିବ। ଏଥିରେ ପୂର୍ବାନୁମାନ କରିବା କିମ୍ବା ଆଗୁଆ ଆକଳନ କରିବା ଠିକ ହେବା ନାହିଁ ବୋଲି ସେ କହିଛନ୍ତି।

- Advertisement -

ସେ କହିଛନ୍ତି ଯେ ଓଡ଼ିଶାରେ କରୋନା ସଂକ୍ରମଣ ସେପ୍ଟେମ୍ବର ୧୦ରୁ ୨୫ ଯାଏଁ ଶିଖର ସ୍ଥରରେ ରହିଥିଲା ଏବଂ ତାହା ପରଠାରୁ ଏହି ହାର ହ୍ରାସ ପାଇବାରେ ଲାଗିଛି ଓ ଏବେ ଏହି ସଂଖ୍ୟା ୧ ହଜାରରୁ କମ ରହିଛି। ତେଣୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା ଆମ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ସାମାଜିକ ଦୂରତା ପାଳନ କରିବା, ମାସ୍କ ବ୍ୟବହାର କରିବା ଏବଂ ହାତ ଧୋଇବା ଦ୍ୱାରା ଆମେ ସଂକ୍ରମଣ ହ୍ରାସ କରିପାରିବା ବୋଲି ସେ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories