www.samajalive.in
Monday, December 8, 2025
27.1 C
Bhubaneswar

ଶରୀରରେ ରକ୍ତର ଅଭାବ ପୂରଣ କରିବ ଏସବୁ ଫଳ ଓ ପନିପରିବା

ସାଧାରଣତଃ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜ ଖାଦ୍ୟ-ପାନୀୟ ପ୍ରତି ଏତେଟା ଧ୍ୟାନ ଦେଇ ପାରୁ ନାହାନ୍ତି। ଫଳରେ ଖୁବ୍ କମ୍ ବୟସରୁ ନାନାଦି ରୋଗର ସମ୍ମୁଖୀନ ହେଉଛନ୍ତି। ତନ୍ମଧ୍ୟରୁ ରକ୍ତ ହୀନତା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଉଛି। ଶରୀରରେ ରକ୍ତର ଅଭାବ ପୂରଣ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ ଲୋକେ ଅନେକ ଔଷଧ ସେବନ କରିଥାଆନ୍ତି। ହେଲେ ଏପରି କିଛି ଫଳ ଓ ପନିପରିବା ଅଛି ଯାହାକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରିବା ଦ୍ବାରା ଶରୀରରେ ଆଦୌ ରକ୍ତର ଅଭାବ ହୋଇ ନ ଥାଏ। ସେହି ଖାଦ୍ୟ ଗୁଡ଼ିକ ନିୟମିତ ଭୋଜନରେ ସାମିଲ କଲେ ରକ୍ତ ହୀନତା ଦୂର ହେବା ସହ ଶରୀରର ଆହୁରି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ-

ପାଳଙ୍ଗ ଶାଗ: ଶରୀରରେ ଆଇରନ, ଭିଟାମିନ ବି ୧୨ ଓ ଫଲିକ୍ ଏସିଡର ଅଭାବକୁ ପାଳଙ୍ଗ ଶାଗ ପୂରଣ କରିପାରିଥାଏ। ଗୋଟିଏ ଦିନରେ ୨ ଥର ପାଳଙ୍ଗ ସୁପ୍‌ ପିଇଲେ ଦୁର୍ବଳତା ଖୁବ୍ ଅଳ୍ପଦିନ ମଧ୍ୟରେ ଦୂରେଇ ଯାଇଥାଏ। ସୁପ୍ ବଦଳରେ ଆପଣ ପାଳଙ୍ଗ ଜୁସ ବନେଇ ମଧ୍ୟ ପିଇପାରିବେ। କିନ୍ତୁ ଚିନି ବଦଳରେ ଏଥିରେ ମହୁର ବ୍ୟବହାର କରିବା ଶରୀର ପାଇଁ ଅଧିକ ଲାଭ ଦାୟକ ହୋଇଥାଏ।

- Advertisement -

ବିଟ୍‌ : ବିଟ ହେଉଛି ଆଇରନ, ଫାଇବର, କ୍ୟାଲସିୟମ ପରି ଉପାଦାନର ମୁଖ୍ୟ ସ୍ରୋତ। ବିଟ୍‌ ଓ ଗାଜର ରସ ମିଶେଇ ଜୁସ୍ ଆକାରରେ ପିଇଲେ ଶରୀରରେ ରକ୍ତର ମାତ୍ରା ବଢିଥାଏ। ନଚେତ୍ ଆପଣ ସାଲାଡ୍ ଓ ବିଭିନ୍ନ ତରକାରୀରେ ମଧ୍ୟ ଏହି ପରିବାର ବ୍ୟବହାର କରିପାରିବେ।

ଡାଳିମ୍ବ: ଏହା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଅମୃତ ସଦୃଶ ହୋଇଥାଏ। ରକ୍ତ ହୀନତାକୁ ଦୂର କରିବା ପାଇଁ ଡାଳିମ୍ବ ଜୁସ୍ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ବେଦନା ଜୁସ୍‌ରେ ଏକ ଛୋଟ ଚାମଚ ଡାଲଚିନି ଗୁଣ୍ଡ ଓ ଦୁଇ ଚାମଚ ମହୁ ମିଶାଇ ପିଇଲେ ଶରୀରର ଅନେକ ରୋଗ ଦୂରେଇ ଯାଇଥାଏ।

ଖଜୁରୀ: ଖଜୁରୀ ଶରୀର ପାଇଁ ଅତ୍ୟନ୍ତ ଲଭଦାୟୀ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଦୁଇଟି ଖଜୁରୀକୁ କ୍ଷୀରରେ ବତୁରାଇ ଦିଅନ୍ତୁ। ସକାଳୁ ଉଠି ଖାଲି ପେଟରେ ଏହାକୁ ସେବନ କରନ୍ତୁ। ରକ୍ତ ହୀନତାକୁ ଦୂର କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories