ପୂଜାର୍ଚ୍ଚନା ନିମନ୍ତେ ବହୁ ଫୁଲ,ଫଳ,ନାନା ବିଧ ଅର୍ପଣ କରାଯାଇଥାଏ। ଏହା ଦ୍ୱାରା ମନୋସ୍କାମନା ପୂରଣ ହେବା ସହ ଜୀବନରେ ବହୁ ସଫଳତା ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଏପରି ପୁଷ୍ପ ଅଛି ଯାହାକୁ ଭଗବାନ ଶିବଙ୍କୁ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ।
କନିଅର – ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ।
ଅଗସ୍ତି ଫୁଲ – ଏହାକୁ ଅର୍ପଣ କଲେ ସମାଜରେ ମାନସମ୍ମାନ,ଖ୍ୟାତି ଆଦି ପ୍ରାପ୍ତି ହୋଇଥାଏ।
ସେଫାଳି ଫୁଲ – ଏହାକୁ ଅର୍ପଣ କଲେ ମନରେ ଶାନ୍ତି ମିଳିବା ସହ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ।
ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୁବ ଅର୍ପଣ କଲେ ଧନହାନି ଦୂର ହେବା ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।
ଅରଖ ଫୁଲ – ଏହି ଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମଳିବା ସହ, ଆର୍ôଥକ ଉନ୍ନତି ଘଟିଥାଏ ଓ ବିଦ୍ୟାର୍ଥୀ ମାନଙ୍କର ମଧ୍ୟ ଖୁବ ଭଲ ବିଦ୍ୟା ପ୍ରାପ୍ତ ହୋଇଥାଏ।
କେଉଁ ପୁଷ୍ପ ଅର୍ପଣରେ ପ୍ରସନ୍ନ ହୁଅନ୍ତି ମହାଦେବ
Popular Categories



