www.samajalive.in
Monday, December 8, 2025
24.1 C
Bhubaneswar

ପୂର୍ବ ଶତ୍ରୁତାରୁ ଗୁଳି ମାଡ଼, ଜଣେ ଗୁରୁତର

ଗୋପ: ଗୋପ ଥାନା ଅଧିନ ଷୋଳପୁର ସେତୁ ନିକଟରେ  ପୂର୍ବ  ଶତ୍ରୁତା କୁ ନେଇ ଗୁଳିମାଡ ହୋଇଛି । ଏହି ଗୁଳି କାଣ୍ଡରେ ରାହଁଗୋରଡା ପଞ୍ଚାୟତ ଓଲଣ୍ଡି  ଗ୍ରାମର ସୁନାକର ମହାପାତ୍ର ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ପୁରୀରୁ କାମସାରି ଏକ ବାଇକ ରେ ଠିକାଦାର ଦାସରଥି ବେହେରା ଓ ସୁନାକର ମହାପାତ୍ର(୩୫) ଫେରୁଥିବା ବେଳେ ନାଗପୁର ନିକଟ ଷୋଳପୁର ଠାରେ ସୁଜାନଗର  ଗ୍ରାମର ପ୍ରକାଶ ମୁଦୁଲି  ପୂ୍ର୍ବ ଶତ୍ରୁତା ଯୋଗୁଁ ସୁନାକାରଙ୍କୁ ଗୁଳି ମାରିଥିଲା । ସୁନାକରଙ୍କ ଡାହାଣ ହାତରେ ଗୁଳି  ବାଜିଛି । ଏହି ଗୁଳିକାଣ୍ଡ ସମୟରେ ଅଭିଯୁକ୍ତ  ଠାରୁ ସୁନାକର ଓ ଦାସରଥୀ ବନ୍ଧୁକ ଛଡାଇ ଆଣିଥିବା ବେଳେ , ଗୋପ ପୁଲିସ ବନ୍ଧୁକଟିକୁ ଜବତ କରିଛି । ସେଥିରେ  ଦୁଇଟି ଜୀବନ୍ତ ଗୁଳି  ରହିଥିବା  ଜଣାପଡ଼ିଛି । ଗୁଳିକାଣ୍ଡ ପରେ  ଅଭିଯୁକ୍ତ ଫେରାର ହୋଇଯାଇଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories