www.samajalive.in
Saturday, December 6, 2025
16.1 C
Bhubaneswar

ଭୟାବହ ଅଗ୍ନିକାଣ୍ଡ ; ୩ ଗୁରୁତର, ସାତ ଏକର ଜମିର ଧାନ ଜଳି ନଷ୍ଟ, ୧୦ ବଖରା ପୋଡି ପାଉଁଶ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଏହାସହ ସାତ ଏକର ଜମିର ଧାନ ଜଳି ନଷ୍ଟ ହେବା ସହ ୧୦ ବଖରା ପୋଡି ପାଉଁଶ ହୋଇଥିବା ନେଇ ସୋମବାର ଖବର ମିଳିଛି।
ସୂଚନା ଯୋଗ୍ୟ, ସୋର ପୌରପାଳିକା ୧୯ନମ୍ବର ୱାର୍ଡ କ୍ଷୀରକୋଣି ଗ୍ରାମରେ ଅଗ୍ନିକାଣ୍ଡ ଘଟି ବିକର୍ତ୍ତନ ମହାଳିକ, ପୁଅ ପ୍ରଶାନ୍ତ ଓ ଟୁକୁନାର ପାଞ୍ଚ ବଖରା ପୋଡି ପାଉଁଶ ହୋଇଯାଇଛି । ନିଆଁରେ ବିକର୍ତ୍ତନଙ୍କ ପତ୍ନୀ ଲକ୍ଷ୍ମୀ ଓ ୧୦ ବର୍ଷର ନାତି ପୋଡି ଗୁରୁତର ହୋଇଛନ୍ତି । ଚଳିତ ବର୍ଷ ବିକର୍ତ୍ତନ ସାତ ଏକର ଜମିରେ ଧାନ ଚାଷ କରିଥିବା ଧାନ ପୋଡି ଯାଇଛି । ନିଆଁର ପ୍ରଖର ଏତେ ଥିଲା ଯେ ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ନଥିଲା ।

ସେହିପରି ସୋର ବ୍ଲକ କୁଡେ଼ଇଁରେ ନିଆଁ ଲିଭାଇବାକୁ ସୋର ଦମକଳ ବାହିନୀ ଚାଲିଯାଇଥିବାରୁ କ୍ଷୀରକୋଣୀକୁ ବାହାନଗାରୁ ବିଳମ୍ବରେ ଦମକଳ ବାହିନୀ ପହଂଚି ଥିଲା ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଗାଁ ଲୋକେ ପୋଖରୀରୁ ପାଣି ବୋହି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ବାହିନୀ ଆସିବା ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା। ସେହିପରି କୁଡେ଼ଇ ଗ୍ରାମର ବିଜୟ ଦଳେଇଙ୍କ ଘରେ ନିଆଁ ଲାଗି ୫ବଖରା ପୋଡି ପାଉଁଶ ହୋଇଯାଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories