www.samajalive.in
Sunday, December 7, 2025
16.1 C
Bhubaneswar

ଗୋଟିଏ ରାତିରେ ଗାଁର ୪ ସ୍ଥାନରେ ଅଗ୍ନିକାଣ୍ଡ

ଗୁରୁଡିଝାଟିଆ: ଖମାରନୂଆଗାଁରେ ବିଳମ୍ବିତ ରାତିରେ ୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏଭଳି ଅଗ୍ନିକାଣ୍ଡ ଗାଁରେ ଆଗରୁ କେବେ ହୋଇନଥିଲା। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ପ୍ରସନ୍ନ ରାଉତଙ୍କ ସାଇକେଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ ଥିବା ସାଇକେଲଗୁଡିକ ପୋଡି ପାଉଁଶ ହୋଇଯାଇଛି। ପ୍ରସନ୍ନ ରାଉତ ସାଇକେଲ ମରାମତି କରି ତାଙ୍କର ପରିବାର ଚଳାଉଥିଲେ। ସେହିପରି ଶିଶିରଖଟୁଆ ଓ ଶଙ୍କର ଖଟୁଆ ଦୁଇଭାଇଙ୍କ ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡିଯାଇଛି। ଏହାପରେ ଲକ୍ଷ୍ମଣଗୋଚ୍ଛି ଓ ରାହାସ ନାୟକଙ୍କ ୨ଟି ପାଳଗଦା ପୋଡିଯାଇଛି।

ଉଲ୍ଲେଖଯୋଗ୍ୟ, ଅଗ୍ନିକାଣ୍ଡର ସ୍ଥାନଗୁଡିକ ପରସ୍ପରଠାରୁ ବହୁ ଦୂରରେ। ଆଠଗଡରୁ ଦମକଳ ଯାଇ ନିଆଁ ଲିଭାଇଲା ବେଳକୁ ସମସ୍ତ ଘର ଓ ପାଳଗଦା ପୋଡିଯାଇଥିଲା। ସହକାରୀ ଅଗ୍ନୀସମ ଅଧିକାରୀ ଦୁଷ୍ମନ୍ତ ସ୍ୱାଇଁ, ସୁଶାନ୍ତ କୁମାର ସାମଲ, ଜଗବନ୍ଧୁ ଭୋଇ, ବିପନ କୁମାର ସାହୁ ପ୍ରଭୃତି ଆଗ୍ନିକ ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories