www.samajalive.in
Monday, December 8, 2025
20.1 C
Bhubaneswar

ଓଳାଶୁଣୀ ପାହାଡ଼ର ତିନି ଏକର ଜଙ୍ଗଲରେ ନିଆଁ : ନିଆଁକୁ ଆୟତ୍ତ କରିବାକୁ ଲାଗିପଡ଼ିଛନ୍ତି ଦମକଳ ବାହିନୀ

ବାଲିଚନ୍ଦ୍ରପୁର : ଡାଳିଜୋଡା ରେଞ୍ଜ୍‍ ତଥା ଯାଜପୁର ଜିଲା ବଡ଼ଚଣା ବ୍ଲକ୍‍ ଅନ୍ତର୍ଗତ ଓଳାଶୁଣୀ ପାହାଡରେ ଥିବା ଜଙ୍ଗଲରେ ରବିବାର ଅପରାହ୍ଣରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା। ଉକ୍ତ ପାହାଡର ପାଦଦେଶରେ ଥିବା ଚାଷ ଜମିରୁ ନିଆଁ ବ୍ୟାପୀ ଉପର ଭାଗ ପର୍ଯ୍ୟନ୍ତ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଦମକଳ ବାହିନୀକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ଡେରାବିଶ ଓ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇପାରିନଥିଲା। ନିଆଁ ଲାଗିଥିବା ଦେଖି ସ୍ଥାନୀୟ ବନ୍ଦରେଶ୍ୱର, ଶୁଖୁଆପଡ଼ା ଓ ଗଜେନ୍ଦ୍ରପୁର ଗ୍ରାମର ଯୁବକ ମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡିଛନ୍ତି। ଏଥିରେ ପ୍ରାୟ ତିନି ଏକର ଜଙ୍ଗଲ ଜଳିଯାଇଥିବା ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ପର୍ଯ୍ୟାୟ କ୍ରମେ ନିଆଁ ଲାଗୁଥିବା ବେଳେ ଓଳାଶୁଣୀ ପାହାଡ଼ରେ ନିଆଁକୁ ଦେଖି ପରିବେଶବିତ୍‍ମାନେ ଉଦବେଗ ପ୍ରକାଶ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories