www.samajalive.in
Monday, December 8, 2025
17.1 C
Bhubaneswar

୪ ଜଣଙ୍କୁ ବାହା ହୋଇ ନକଲି ପୁଲିସ ଡିଏସପି ଗିରଫ

କଟକ : ନିଜକୁ ପୁଲିସ ଡିଏସପି ଦର୍ଶାଇ ୪ଜଣଙ୍କୁ ବାହା ହେବା ଘଟଣାରେ ଲାଲବାଗ ପୁଲିସ ଜଣକୁ ଗିରଫ କରିଛି। ରଣପୁର ଥାନା ଅନ୍ତର୍ଗତ ପାମ୍ପଡ଼ା ଗ୍ରାମର ବଳରାମ ପ୍ରହରାଜ ଓରଫ୍‌ କୈଳାସଚନ୍ଦ୍ର ମିଶ୍ରକୁ ଆଜି କୋର୍ଟଚାଲାଣ କରାଯିବା ପରେ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି। ପୁଲିିସ ସୂଚନା ଅନୁଯାୟୀ ବଳରାମ ପୂର୍ବରୁ ବିବାହ କରିଥିଲେ। ତାଙ୍କର ପତ୍ନୀ ଓ ସନ୍ତାନ ଅଛନ୍ତି। ସେ ନିଜକୁ ସିଆରପିର ଡିଏସପି ପରିଚୟ ଦେବା ସହ ବାହା ହୋଇ ନଥିବା ଦର୍ଶାଇ ବିଭିନ୍ନ ଇଣ୍ଟରନେଟ୍‍ ସାଇଟ୍‍ରେ ଫଟୋ ଓ ଯୋଗ୍ୟତା ସମ୍ପର୍କିତ ତଥ୍ୟ ଦେଇଥିଲେ। ଏହାକୁ ଆଧାର କରି ସେ ନାଗାଲାଣ୍ଡ, ଖୋର୍ଦ୍ଧା ଓ ନରସିଂହପୁର​‌େ​‌ର ଶିକ୍ଷୟିତ୍ରୀ ଥିବା ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ। ଘଟଣା ପ୍ରଘଟ ହେବାରୁ ତୃତୀୟ ପତ୍ନୀ ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏପଟେ ବଳରାମ ଏକ ଗାଡିର ମାଲିକାନା ପରିବର୍ତ୍ତନ କରିବାକୁ କଟକ ଆସିଥିବା ସୂଚନା ପରେ ଲାଲାବାଗ ପୁଲିସ ତାକୁ ଗିରଫ କରିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories