www.samajalive.in
Monday, December 8, 2025
20.1 C
Bhubaneswar

ହ୍ବିଲ ଚେୟାରରେ ମମତାଙ୍କ ନିର୍ବାଚନ ପ୍ରଚାର

କଲକାତା : ଦୁର୍ଘଟଣା ଜନିତ ଆହତ ହୋଇଥିବା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ରବିବାର ନିର୍ବାଚନ ପ୍ରଚାର କରିଛନ୍ତି। ଆହତ ହେବାର ତିନିଦିନ ପରେ ମମତା ହ୍ବିଲ ଚେୟାର ବସି ଦଳର ପ୍ରଚାର କରିଛନ୍ତି। ରବିବାର ନନ୍ଦିଗ୍ରାମ ଦିବସ ଥିବାରୁ ମମତା କଲକାତାସ୍ଥିତ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମମତା ହୁଇଲ ଚେୟାରରେ ବସି ମାୟୋ ରୋଡରୁ ହାଜରା ରୋଡ ପର୍ଯ୍ୟନ୍ତ ୫ କିମି ଶୋଭାଯାତ୍ରାରେ ଯାଇଥିଲେ। ଏହି ସମୟରେ ମମତା କହିଥିଲେ ଏକ କ୍ଷତାକ୍ତ ବାଘ ଅଧିକ ଭୟଙ୍କର ହୋଇଥାଏ।
ସେ କହିଥିଲେ ‘ଡାକ୍ତର ମୋତେ ନିର୍ବାଚନ ପ୍ରଚାରକୁ ନ ଯିବା ଲାଗି ପରାମର୍ଶ ଦେଇଛନ୍ତି। ମାତ୍ର ମୁଁ ଅନୁଭବ କଲି ଆଜିର ଶୋଭାଯାତ୍ରାରେ ମୋର ଯୋଗ ଦେବା ଜରୁରୀ। ମୋର ଯନ୍ତ୍ରଣା ଲୋକଙ୍କ ଯନ୍ତ୍ରଣା ଠାରୁ ଅଧିକ ନୁହେଁ। ଏକଛତ୍ରବାଦ ଶାସନ ଯୋଗୁଁ ଗଣତନ୍ତ୍ର ଆଜି ଧ୍ବସ୍ତବିଧ୍ବସ୍ତ ହୋଇପଡିଛି।’ ଏହି ଶୋଭାଯାତ୍ରା ପରେ ମମତା ଦୁର୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି। ସୋମବାର ମମତା ଏଠାରେ ଦୁଇଟି ଶୋଭାଯାତ୍ରା କରିବେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories