କୁଜଙ୍ଗ:କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ରାତିରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି।
ବିଦ୍ୟୁତ ସର୍ଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ମେଡିକାଲ ପୁରାତନ ଅନ୍ତର୍ବିଭାଗକୁ କୋଭିଡ୍ ସମୟରେ ମରାମତି କରାଯାଇ ଷ୍ଟୋର ରୁମ୍ ଓ କୋଭିଡ୍ ଟିକାକରଣ ଆଦି ପରିଚାଳନା କରାଯାଉଥିଲା। ସେହିପରି ମେଡିକାଲ ପରିସରରେ ଥିବା ପରିତ୍ୟକ୍ତ ୫ ବଖରା ଗୃହ ଭଙ୍ଗାଯାଇ ମୂଲ୍ୟବାନ କାଠ, ଝରକା କବାଟ ଆଦି ସଂରକ୍ଷିତ କରାଯାଇ ରଖାଯାଇଥିଲା। ଗୃହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ନାୟକ ଓ ଅନ୍ୟଜଣେ ସହଯୋଗୀ ସେହି ଘର ମଧ୍ୟରେ ରହିଥିବା ଦୁଇଟି ବାଇକ ଓ ଅନ୍ୟକିଛି ସାମଗ୍ରୀ ଉଦ୍ଧାର କରିଥିଲେ। ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ନେଇ ସିଡିଏମଓ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ପୁରାତନ ପରିତ୍ୟକ୍ତ ଗୃହ ସର୍ଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା କହିଛନ୍ତି ।
କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ
Popular Categories



