www.samajalive.in
Saturday, December 6, 2025
26.1 C
Bhubaneswar

ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପେଟ୍ରୋଲ୍‌ ଢାଳି ଜାଳିଦେଲେ ସମ୍ପର୍କୀୟ

କିଶୋରଗଞ୍ଜ: ଅନୁଗୁଳ ଜିଲା ଅନ୍ତର୍ଗତ ହଣ୍ଡାପା ଥାନାର ବଇଣ୍ଡା କେନ୍ଦୁସାହି ଗ୍ରାମରେ ଜଣେ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଛି। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଭିଆଇଛନ୍ତି ଯୁବକଙ୍କ ସମ୍ପର୍କୀୟ। ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଯୁବକ ଜଣକ ଜୀଅନ୍ତା ଜାଳି ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ହଣ୍ଡାପାଥାନା ବଇଣ୍ଡା କେନ୍ଦୁସାହି ଗ୍ରାମରେ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟମାନେ ଖୁଣ୍ଟରେ ବାନ୍ଧି ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ବିଭତ୍ସ ହତ୍ୟାକାଣ୍ଡର ଶିକାର ଯୁବକଙ୍କ ନାମ ରାଜକିଶୋର ପ୍ରଧାନ ଏବଂ ତାଙ୍କର ବୟସ ୨୫ ବର୍ଷ । ପାରିବାରିକ କଳହକୁ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ନିକଟସ୍ଥ କେନ୍ଦୁ ସାହିରେ ମଙ୍ଗଳବାର ସନ୍ଧ୍ୟାରେ ସମ୍ପର୍କୀୟମାନେ ରାଜକିଶୋର ପ୍ରଧାନଙ୍କ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ରାଜକିଶୋରଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

 

- Advertisement -

ପୁଲିସ ସୂତ୍ରରୁ ପ୍ରକାଶ ଯେ ରାଜକିଶୋର ତାଙ୍କ ଘରକୁ ଆଜି ଅପରାହ୍ଣରେ ଆସି ଗଣ୍ଡଗୋଳ ସୃଷ୍ଟି କରିଥିଲେ। ବିନା କାରଣରେ ସେ ପ୍ରତ୍ୟେକ ଦିନ ମଦ୍ୟପାନ କରି ଗଣ୍ଡଗୋଳ ସୃଷ୍ଟି କରୁଥିବାବେଳେ ଅସହ୍ୟ ହେବାରୁ ତାଙ୍କର କେତେକ ସମ୍ପର୍କୀୟ ତାଙ୍କୁ ଶାବଳରେ ବାନ୍ଧିବା ପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଫେରାର ହୋଇ ଯାଇଥିଲେ। ଗ୍ରାମ ରାସ୍ତାରେ ଏଭଳି ଘଟଣା ପରେ ଗ୍ରାମରେ ଆତଙ୍କ ଖେଳି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିବା ପୁଲିସ କହିଛି। ଏ ନେଇ ହଣ୍ଡପା ପୁଲିସ ଏକ ମାମଲା ରୁଜୁ କରିି ତଦନ୍ତ ଚଳାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories