www.samajalive.in
Monday, December 8, 2025
27.1 C
Bhubaneswar

ମହିଳାଙ୍କ ଶକ୍ତି ପ୍ରଦର୍ଶନ : ହୋଟେଲ ଭାଙ୍ଗିବା ସହ ନିଆଁ ଲାଗାଇଲେ

ବାଲେଶ୍ବର : ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବୁଧବାର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ହୋଟେଲ ଭିତରେ ପଶି ମହିଳାମାନେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି । ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ଖଇରା ଥାନା କୋଚିଆକୋଇଲିରେ ଥିବା ତାପସି ନାମକ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ ଭାବେ ମଦ ବେପାର ଚାଲିଥିଲା । ସେହି ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବାରମ୍ବାର ମନା କରିବା ପରେ ମଧ୍ୟ ହୋଟେଲ ମାଲିକମାନେ ଶୁଣିନଥିଲେ । ଫଳରେ ସେହି ଗ୍ରାମର ପୁରୁଷମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ସ୍ଥାନରୁ ଚୋରି କରିବା ସହିତ ବହୁ ଅସାମାଜିକ କାମରେ ଲିପ୍ତ ରହୁଥିଲେ । ତେଣୁ ବାଧ୍ୟ ହୋଇ ମା ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ତାଲମହୁରୀ ଓ ପଲସା ମହିଳା ଗୋଷ୍ଠୀ ସହିତ ଶତାଧିକ ମହିଳା ଏକଜୁଟ ହୋଇ ହୋଟେଲରେ ଭଙ୍ଗାରୁଜା କରିଥିଲେ । ହୋଟେଲରେ ଥିବା ଫ୍ରିଜ ଓ ଅନ୍ୟ ଆସବାବପତ୍ର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ଖଇରା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories