ତିହିଡି : ଭଦ୍ରକ ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ଏକ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ବସର ଇଲେକ୍ଟ୍ରିକ ୱାରିଙ୍ଗରୁ ଧୂଆଁ ବାହାରିବାରୁ ଯାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ। ବସଟି ଚାନ୍ଦବାଲି ରୁ ଭଦ୍ରକ ଅଭିମୁଖେ ଆସୁଥିଲା। ନନ୍ଦପୁର ନିକଟରେ ବସ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ସେହି ରାସ୍ତାରେ ଭଦ୍ରକ ଅତିରିକ୍ତ ଏସପି ବିକାଶ ଦାସ ତିହିଡି ଅଞ୍ଚଳରୁ ଫେରୁଥିବା ବେଳେ ଗାଡି ରୁ ଧୂଆଁ ବାହାରୁଥିବା ଦେଖି ବସକୁ ଅଟକାଇ ନିଆଁ ଲିଭାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଧୂଆଁରେ ଅଣନିଶ୍ୱାସି ହୋଇ ଯାଇଥିବା ଜଣେ ନାବାଳିକାଙ୍କୁ ତିହିଡି ପୁଲିସ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏନେଇ ଅତିରିକ୍ତ ଏସପି ବିକାଶ ଦାସ ସୂଚନା ଦେଇଛନ୍ତି ।



