www.samajalive.in
Tuesday, December 9, 2025
15.1 C
Bhubaneswar

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲେ ପଞ୍ଚଦଶ ଅର୍ଥ ଆୟୋଗ

ପଞ୍ଚଦଶ ଅର୍ଥ ଆୟୋଗ ଆଜି ଏହାର ଚୂଡାନ୍ତ ରିପୋର୍ଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛନ୍ତି। ‘କୋଭିଡ ସମୟରେ ଅର୍ଥ ଆୟୋଗ’ ଶୀର୍ଷକ ରିପୋର୍ଟରେ ଆସନ୍ତା ୫ ବର୍ଷ ଯାଏଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟ୍ୟାକ୍ସ ବଣ୍ଟନ ବିଷୟ ଉଲ୍ଲେଖ ରହିଛି। ପଞ୍ଚଦଶ ଅର୍ଥ କମିସନ ଚେୟାରମ୍ୟାନ୍‍ ଓ ସଦସ୍ୟବୃନ୍ଦ ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ ର ଏକ ନକଲକୁ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି ହସ୍ତାନ୍ତର କରିଛନ୍ତି। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଅର୍ଥ କମିସନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗତ ୪ ତାରିଖରେ କମିସନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ।

ଚେୟାରମ୍ୟାନ୍‍ ଏନ୍‍.କେ.ସିଂହ ଓ କମିସନ ର ସଦସ୍ୟ ଅଜୟ ନାରାୟଣ ଝା, ଅନୁପ ସିଂହ, ଡକ୍ଟର ଅଶୋକ ଲାହିଡି ଓ ଡକ୍ଟର ରମେଶ ଚାନ୍ଦ ଓ କମିସନ ସଚିବ ଅରବିନ୍ଦ ମେହେଟ୍ଟା ଏହି ରିପୋର୍ଟ ହସ୍ତାନ୍ତର କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories