www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ୍‌ ପରବର୍ତ୍ତି ପରାମର୍ଶ ପାଇଁ କିମସରେ ଖୋଲିଲା ମା’ ଓ ଶିଶୁ ସୁପରସ୍ପେସିଆଲିଷ୍ଟ କ୍ଲିନିକ

ଭୁବନେଶ୍ବର: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ‘ମା ଓ ଶିଶୁ କୋଭିଡ ପରବର୍ତ୍ତି ପରାମର୍ଶ ସୁପରସ୍ପେସିଆଲିଷ୍ଟ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୯୦ ହଜାର ସୁସ୍ଥ ହୋଇ ସାରିଲେଣି। ଏହି ସମୟ ମଧ୍ୟରେ କିମସ ସ୍ବତନ୍ତ୍ର କୋଭିଡ ହସପିଟାଲରେ ୬ ହଜାର କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ ଜଣ କରୋନା ସଂକ୍ରମିତ ପ୍ରସୂତି କିମସ ସ୍ବତନ୍ତ୍ର କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ଓ ସେମାନେ ସାଧାରଣ ଓ ସିଜରିଆନ ଡେଲିଭେରୀ ମାଧ୍ୟମରେ ୧୫୦ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏମାନଙ୍କ ମଧ୍ୟରୁ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ୨୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦୀର୍ଘଦିନ ଧରି ଦୁର୍ବଳତା, ହାଲିଆ ଅନୁଭବ କରିବା, ଶ୍ବାସକ୍ରିୟାରେ ଅସୁବିଧା, କଫ, ଜ୍ବର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ନିମନ୍ତେ କିମସରେ ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଲିନିକ ଖୋଲାଯାଇଛି।

 

- Advertisement -

ଏହି କ୍ଲିନିକରେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ବାରା ମା’ ଓ ନବଜାତ ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଉଛି। ଏଠାରେ ମଧ୍ୟ ସମସ୍ତ ପ୍ରକାର ପରୀକ୍ଷା ଓ ଇମେଜିଙ୍ଗ ସୁବିଧା ଉପଲବ୍ଧ। ଆବଶ୍ୟକ ସ୍ଥଳେ କାର୍ଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ କିମ୍ବା ଫିଜିସିଆନଙ୍କ ପରାମର୍ଶ ନେଇପାରିବେ। ଏହି କ୍ଲିନିକ ସମସ୍ତ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ୟ୍ୟନ୍ତ ଖୋଲା ରହୁଥିବା କିମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories