ଫୁଲବାଣୀ : କନ୍ଧମାଳ ଜିଲାର ୧୨ ଟି ବ୍ଳକ ମଧ୍ୟରୁ ଗୋଟିଏ ହେଉଛି କୋଟଗଡ଼ ବ୍ଳକ । ଏହି ବ୍ଳକରେ ୧୪ ଗୋଟି ପଂଚାୟତର ଅଧିବାସୀ ମାନେ ବ୍ୟାଙ୍କ କାରବାର ପାଇଁ ସଂପୂର୍ଣ୍ଣଭାବେ କୋଟଗଡ଼ ଉପରେ ନିର୍ଭର କରିଥାନ୍ତି। ବିଶେଷ କରି ଏହି ବ୍ଳକର ଗ୍ରାହକ ମାନେ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ଉପରେ ଅଧିକରୁ ଅଧିକ ନିର୍ଭର କରୁଥିବା ବେଳେ ସେହି ସବୁ ଗ୍ରାହକ ମାନଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କର ଗୋଟିଏ ଏଟିଏମ୍ ଥିଲେ ମଧ୍ୟ ତାହା ବର୍ଷର ଅଧିକାଂଶ ସମୟ ଖରାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।
ଏଭଳି ପରିସ୍ଥିତିରେ ପ୍ରାୟ ଏକ ମାସ ହେଲା ଉକ୍ତ ଏଟିଏମ୍ ସଂପୂର୍ଣ୍ଣଭାବେ ଖରାପ ହୋଇପଡ଼ିଥିବା ଯୋଗୁଁ ଚଳିତ ପାର୍ବଣ ସମୟରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ଅଞ୍ଚଳବାସୀ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ତାହାର ମରାମତି ପାଇଁ ସେଭଳି କିଛି ପଦକ୍ଷେପ ନେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଏଟିଏମ୍ ର ମରାମତି କରିବା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, କୋଟଗଡ ବ୍ଲକର ୧୪ ପଞ୍ଚାୟତ କୋଟଗଡ, ଜୁଡ଼ାବାଲି, ଧରାକୋଟ, ଦୁର୍ଗାପଙ୍ଗା, ମାଦଗୁଡା, ସୁବର୍ଣ୍ଣଗିରି, ଓରା, ଗୁଗୁରମାହା, ଶ୍ରୀରାମପୁର, ଯୁବାଗୁଡା, ମାର୍ଲାଙ୍ଗା, ପକାରୀ, ରାଣୀପଙ୍ଗା, ପାରିଗଡ ସବୁ ପଞ୍ଚାୟତର ଗ୍ରାହକ ମାନେ ଏହି ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଉପରେ ନିର୍ଭର କରନ୍ତି।
ମାସେ ହେଲା ଏଟିଏମ୍ ଖରାପ ; ଲୋକେ ହନ୍ତସନ୍ତ
Popular Categories



