www.samajalive.in
Monday, December 8, 2025
27.1 C
Bhubaneswar

ଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ୫.୦ ର ଶୁଭାରମ୍ଭ

ଫୁଲବାଣୀ : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ୫.୦ ର ଶୁଭାରମ୍ଭ ହୋଇଛି। ଫୁଲବାଣୀ ମ୍ୟୁନିସିପାଲଟିର ଚେୟାରମେନ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼. ପ୍ରସନ୍ନ କୁମାର ତ୍ରିପାଠୀ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ), ଡ଼. ପ୍ରଭାକର ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ୟ୍ୟକ୍ରମ ପରିଚାଳକ ମନୋରଞ୍ଜନ ସାହୁ, ଡ. ଭବାନୀ ଶଙ୍କର ରଥ (ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ) ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ।
ଆଶିଷ କୁମାର ମହାନ୍ତି(ଉପ ପରିଚାଳକ କୈଶୋର ଓ ଶିଶୁ ସ୍ୱାସ୍ଥ୍ୟ) ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ନିୟମିତ ଟୀକା ସବୁ ନେଇନଥିବା ପିଲାଙ୍କର ବାକିଥିବା ଟୀକା ଦେବା ପାଇଁ ଏବଂ ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ନିର୍ମୂଳ କରିବା ପାଇଁ ମିଶନ ଇନ୍ଦ୍ରଧନୁଷ୍ ୫.୦ ର ମୂଳ ଲକ୍ଷ୍ୟ। ଏହି ଅଭିଯାନରେ ଜିଲ୍ଲାରେ ମୋଟ ୫୫୮ ଜଣ ଗର୍ଭବତୀ ମହିଳା ତଥା ୩୦୬୦ ଶିଶୁ (ଜନ୍ମ ରୁ ୫ ବର୍ଷ) ଟୀକା ନେବେ ଏବଂ ଏଥିପାଇଁ ୬୫୮ ଟି ଟୀକାକରଣ କେନ୍ଦ୍ର ସ୍ଥିର କରାଯାଇଛି। ପ୍ରଥମ ପର୍ୟ୍ୟାୟ ଅଭିଯାନ ସେପ୍ଟେମ୍ବର ୧୧ ରୁ ଆରମ୍ଭ ହୋଇ ୧୬ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories