www.samajalive.in
Monday, December 8, 2025
20.1 C
Bhubaneswar

୧୦ଲକ୍ଷ ଟଙ୍କାର ଧଳାଜହର ଜବତ: ଜଣେ ଗିରଫ, ସ୍କୁଟି ଜବତ

ଆଠଗଡ଼: ଆଠଗଡ଼ ଓ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ତାରିଣୀ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ୧୦.୦୫ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଏଥି ସହିତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆଠଗଡ଼ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଙ୍କୀ ଅବକାରୀ ଉପନୀରିକ୍ଷକ ନିରାକାର ଦେହୁରୀ ଓ ଅନ୍ୟ ଅବକାରୀ କର୍ମଚାରୀ ତାରିଣୀ ଛକଠାରେ ସଂପୃକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ବାଙ୍କୀ ଅଞ୍ଚଳର ନବଘନ ରାଉତଙ୍କ ପୁଅ ପ୍ରତାପ ରାଉତ ଏହି ବ୍ରାଉନସୁଗର ନେଇ ସ୍କୁଟିରେ ଯାଉଥିବାବେଳେ ସେଠାରେ ଅବକାରୀ ସ୍କ୍ବାଡ୍‌ ତାଙ୍କୁ ଅଟକାଇ ୧୦ଲକ୍ଷ ଟଙ୍କା ମୂଲ୍ୟର ୧୦.୦୫ଗ୍ରାମ ବ୍ରାଉନସୁଗର ଜବତ କରିଛନ୍ତି। ସଂପୃକ୍ତ ଯୁବକ ପୂର୍ବରୁ ମଧ୍ୟ ବ୍ରାଉନସୁଗର କାରବାର କରି ଅବକାରୀ ବିଭାଗ ହାତରେ ଧରାପଡ଼ି ୨ବର୍ଷ ଜେଲ ଦଣ୍ଡ ଭୋଗି ଫେରିବା ପରେ ପୂନର୍ବାର ସେହି ଧଳା ଜହର କାରବାରରେ ଲିପ୍ତ ରହିଥିଲେ ବୋଲି ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଗିରଫ ଅଭିଯୁକ୍ତ ପ୍ରତାପକୁ କଟକର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories