www.samajalive.in
Sunday, December 7, 2025
15.1 C
Bhubaneswar

ସ୍ମାର୍ଟ ବିଦ୍ୟାଳୟରୁ ଚୋରି , ଥାନାରେ ଏତଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡିକୁ ସରକାରଙ୍କ ୫ଟି ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ ଭାବରେ ରୁପାନ୍ତରିତ କରାଯାଇଛି । ଏହି ବିଦ୍ୟାଳୟ ମାନଙ୍କରେ ଏବେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରାଂଶ ସହ କମ୍ପ୍ୟୁଟର ସ୍ମାର୍ଟ ବୈଦ୍ୟୁତିକ କଳାପଟା ଓ ଲକ୍ଷାଧିକ ଟଙ୍କାର ବୈଦୁତିକ ସାମଗ୍ରୀ ଲଗାଯାଇଛି । ତେବେ ଏହାର ସୁରକ୍ଷା ପାଇଁ କେବଳ ଜଣେ ରାତ୍ର ଜଗୁଆଳିଙ୍କୁ ଛାଡିଦେଲେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଯାହା ପାଇଁ ଏବେ ଚୋର ମାନଙ୍କର ନଜର ଏହି ସ୍ମାର୍ଟ ସ୍କୁଲ ମାନଙ୍କରେ ଲାଗି ଥିବା ଯନ୍ତ୍ରପାତି ଉପରେ ପଡିଛି। ଏହି ପରିପ୍ରେକ୍ଷୀରେ ଗତ ଛଅ ତାରିଖ ରାତିରେ ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଭୃଙ୍ଗିଯୋଡି ପଞ୍ଚାୟତର ଶୁଣ୍ଢୀଗାଁ ଉନ୍ନୀତ ଉଚ୍ଚବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଭୃଙ୍ଗିଯୋଡି ପଞ୍ଚାୟତର ସରପଞ୍ଚ ଏସିଆ କହଁରଙ୍କ ସହ ବିଦ୍ୟାଳୟର ରାତ୍ର ଜଗୁଆଳି ମହେଶ୍ୱର କହଁର ଓ ସୂଚନା ଅନୁସାରେ ଗତ ୬ ତାରିଖ ରାତ୍ର ପ୍ରାୟ ୩ ଟା ସମୟରେ ଗାଁରେ ଯାତ୍ରା ଚାଲୁଥିବା ଓ ବିଦ୍ୟାଳୟଟି ନିଛାଟିଆ ଜାଗାରେ ଥିବା ସୁଯୋଗ ନେଇ ଦୁଇରୁ ତିନି ଜଣ ଚୋର ବିଦ୍ୟାଳୟର ପଛପଟ ଗେଟରେ ଲାଗୁଥିବା ତାଲା ଭାଙ୍ଗିଵା ସହ ବିଦ୍ୟାଳୟରେ ଲାଗିଥିବା ସିସିଟିଭି ଭାଙ୍ଗି ଓ କମ୍ପ୍ୟୁଟର ଲ୍ୟାବର କାଚ କବାଟ ଭାଙ୍ଗି ଲ୍ୟାବ ଭିତରେ ଥିବା ତିନୋଟି କମ୍ପ୍ୟୁଟର ସେଟ ଚୋରି କରି ନେଇଥିବା ଜଣାପଡିଛି ।ଅଭିଯୋଗ ପରେ ବିଦ୍ୟାଳୟରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ପହଞ୍ଚି ବିଦ୍ୟାଳୟରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତତନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୭୧/୨୦୨୩ ରେ ଏକ ଚୋରି ମାମଲା ମଧ୍ୟ ରୁଜୁ କରାଯାଇଥିବା ବେଳେ ସିସି ଟିଭି ଫୁଟେଜରେ ଅଭିଯୁକ୍ତ ମାନଙ୍କର ପରିଚୟ ମିଳି ସାରିଛି । ଖୁବ ଶୀଘ୍ର ଚୋରି ସାମଗ୍ରୀ ସହ ଅଭିଯୁକ୍ତ ମାନଙ୍କୁ ଧରା ହେବ ବୋଲି ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି । ସୂଚନା ଥାଉ କି ଏହି ଶୁଣ୍ଢୀଗାଁ ବିଦ୍ୟଳୟକୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories