ଫେଙ୍ଗସୁଇର ଏହି କଏନ ଜୀବନରେ ଆଣିଥାଏ ଅନେକ ପରିବର୍ତ୍ତନ
ଯଦି ଆପଣ ବେରୋଜଗାରୀର ସମସ୍ୟାରେ ଥାଆନ୍ତି, ତେବେ ଏହାଦ୍ବାରା ଆପଣଙ୍କ ଘରେ ଅନେକ ଥର କଳହ ଦେଖା ଦେଇଥାଏ। ନିଜେ ମାନସିକ ଚିନ୍ତାଗ୍ରସ୍ତ ମଧ୍ୟ ରହିଥାଆନ୍ତି। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଫେଙ୍ଗସୁଇର କିଛି ଦ୍ରବ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି। ଫେଙ୍ଗସୁଇରେ ଥିବା ୩ଟି ପୁରୁଣା କଏନ ଦ୍ବାରା ବେରୋଜଗାରୀ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାଦ୍ବାରା ଆପଣଙ୍କ ଆଖପାଖରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାସହ ଆପଣଙ୍କ ଭାଗ୍ୟ ଚମକି ଥାଏ।
ଫେଙ୍ଗସୁଇର ଏହି ତିନି ଟିକିଆ କଏନକୁ ଆର୍ଥିକ ସମ୍ପନ୍ନତାର ପ୍ରତୀକ କୁହାଯାଇଛି। ନିଜ ପାଖରେ ଏହାକୁ ରଖିବା ଦ୍ବାରା ସମସ୍ତ ଅସୁବିଧାରୁ ମୁକ୍ତି ମିଳିଥାଏ। ଏହାସହ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ଏହି କଏନର ଉପକାରିତା ସମ୍ବନ୍ଧରେ ..
ବେରୋଜଗାରୀରୁ ମୁକ୍ତି :
ଫେଙ୍ଗସୁଇର ଏହି କଏନର ଦୁଇ ପାର୍ଶ୍ବରେ ଲିପି ଲିଖିତ ହୋଇଥାଏ। କଏନକୁ ଘରେ ରଖିବା ବେଳେ ଏହାର ସକାରାତ୍ମକ ଭାଗଟି ଉପରକୁ ରଖିବା ଉଚିତ। ଏହାକୁ ସଠିକ ଭାବରେ ରଖିବା ଦ୍ବାରା ଆର୍ଥିକ ସମୃଦ୍ଧି ହେବା ସହ ଟଙ୍କାପଇସାର ଅଭାବ ଦୂର ହୋଇଥାଏ। ଏହି କଏନକୁ ଘରେ, କାର୍ଯ୍ୟାଳୟରେ, ବ୍ୟବସାୟ ସ୍ଥଳରେ ରଖିବା ପାରିବା।
ଋଣରୁ ମୁକ୍ତି :
ବେଳେବେଳେ ଦେଖା ଯାଇଥାଏ ଯେ, ଅନେକ ବ୍ୟକ୍ତି କାହା ଠାରୁ ଋଣ ନେଇଥାଆନ୍ତି। କିନ୍ତୁ ତାହା ସଠିକ ସମୟରେ ସୁଝି ପାରି ନ ଥାଆନ୍ତି। ଏପରି ଆପଣଙ୍କ ସହ ହେଉଥିଲେ ନିଜ ଶୟନ କକ୍ଷର ଝରକା ପାଖରେ ଲାଲ ରଙ୍ଗର ଫିତାରେ ୩ଟି କଏନକୁ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣ ଆସ୍ତେ ଆସ୍ତେ ଋଣଭାରରୁ ମୁକ୍ତି ପାଇପାରିବେ।
ଚିନ୍ତାରୁ ମୁକ୍ତି :
ଘରର ମୁଖ୍ୟ କକ୍ଷର କବାଟରେ ଏହି କଏନ ବାନ୍ଧିବା ଦ୍ବାରା ପରିବାର ସଦସ୍ୟଙ୍କୁ ସମସ୍ତ ଚିନ୍ତାରୁ ମୁକ୍ତି ମିଳିଥାଏ।
ସୌଭାଗ୍ୟ :
ଯଦି କୌଣସି କାରଣରୁ ଆପଣ କରୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଏ ତେବେ ଆପଣଙ୍କୁ କଷ୍ଟ ଲାଗେ। ଏପରି କ୍ଷେତ୍ରରେ ନିଜ ପର୍ସରେ ଫେଙ୍ଗସୁଇର ତିନି ଟିକିଆ କଏନକୁ ରଖି ଦିଅନ୍ତ। ଏହାଦ୍ବାରା ଆପଣ କରୁଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ।
ପରିବାରରେ କଳହ :
ଯଦି ଆପଣଙ୍କ ଘରେ ଛୋଟ ଛୋଟ କଥାରେ କଳହ ହେଉଥାଏ ତେବେ ତାହାକୁ ନେଇ ଅନେକଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଘରର ମୁଖ୍ୟଦ୍ବାର ଓ ପରିବାର ମୁଖ୍ୟଙ୍କ ଶୟନ କକ୍ଷରେ କଏନକୁ ଏକ ଲାଲ ରଙ୍ଗର ଫିତାରେ ବାନ୍ଧି ଟଙ୍ଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଘରେ କଳହ ହେବ ନାହିଁ।
Comments are closed.