ନୂଆଦିଲ୍ଲୀ : ଭାରତରେ ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଡିସେମ୍ବରର ୯ ମାସରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶ (ଏଫଡିଆଇ) ୭% ହ୍ରାସ ପାଇଛି। ଏହି ୯ ମାସ ମଧ୍ୟରେ ୩୩.୪୯ ଶହ କୋଟି ଡଲାର ଏଫଡିଆଇ ଆସିଛି ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି। ୨୦୧୭-୧୮ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ୩୫.୯୪ ଶହ କୋଟି ଡଲାର ଏଫଡିଆଇ ଆସିଥିଲା।
ଏହି ୯ ମାସର ଅବଧିରେ ସେବା କ୍ଷେତ୍ର ୫.୯୧ ଶହ କୋଟି ଡଲାର ଏଫଡିଆଇ ପାଇଥିବା ବେଳେ କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେର ୪.୭୫ ଶହ କୋଟି ଡଲାର, ଟେଲିକମ୍ୟୁନିକେଶନ ୨.୨୯ ଶହ କୋଟି ଡଲାର, ଟ୍ରେଡିଂରେ ୨.୩୩ ଶହ କୋଟି ଡଲାର, ରସାୟନ ୬.୦୫ ଶହ କୋଟି ଏବଂ ଅଟୋମୋବାଇଲ କ୍ଷେତ୍ର ୧.୮୧ ଶହ କୋଟି ଡଲାର ଏଫଡିଆଇ ପାଇଛନ୍ତି।
୨୦୧୮-୧୯ ଆର୍ଥିକ ବର୍ଷର ଅପ୍ରେଲ-ଡିସେମ୍ବର ୯ ମାସ ମଧ୍ୟରେ ସିଙ୍ଗାପୁର ସର୍ବାଧିକ ଏଫଡିଆଇ ପାଇଛି। ଏହି ଅବଧି ମଧ୍ୟରେ ସିଙ୍ଗାପୁର ୧୨.୯୭ ଶହ କୋଟି ଡଲାର ଏଫଡିଆଇ ପାଇଥିବାବେଳେ ମରିସସ୍ ୬ ଶହ କୋଟି, ନେଦରଲ୍ୟାଣ୍ଡ ୨.୯୫ କୋଟି, ଜାପାନ ୨.୨୧ ଶହ କୋଟି, ଆମେରିକା ୨.୩୪ ଶହ କୋଟି ଏବଂ ବ୍ରିଟେନ୍ ୧.୦୫ ଶହ କୋଟି ଡଲାର ଏଫଡିଆଇ ପାଇଛନ୍ତି।
ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶରେ ୭% ହ୍ରାସ
Popular Categories



