www.samajalive.in
Sunday, December 7, 2025
15.1 C
Bhubaneswar

ରାଜ୍ୟର ୩.୨୪ କୋଟି କୋଭିଡ ପ୍ରଭାବିତଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ

ଭୁବନେଶ୍ବର :  ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ କୋଭିଡ ପ୍ରଭାବିତ ଲୋକମାନଙ୍କୁ ଚଳିତ ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଏହି ଯୋଜନାର ଅଂଶବିଶେଷ ସ୍ବରୂପ, ଯୋଗ୍ୟ ହିତାଧିକାରୀମାନଙ୍କୁ ମାସିକ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହି ଖାଦ୍ୟ ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ମିଳୁଥିବା ମାସିକ ରାସନକୁ ବାଦ୍ ଦେଇ ଏବଂ ଅଧିକ ଆକାରରେ ପ୍ରଦାନ କରାଯିବ।

- Advertisement -

ଭାରତ ସରକାରଙ୍କ ଘୋଷଣା ମୁତାବକ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରିତ ଚତୁର୍ଥ ପର୍ଯ୍ୟାୟକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆବଶ୍ୟକ ସମ୍ବଳ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଦ୍ବାରା ସାରା ଦେଶରେ ୮୦ କୋଟି ଲୋକ ଉପକୃତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୩.୨୪ କୋଟି ହିତାଧିକାରୀ ରହିଛନ୍ତି।

ସୋମବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏଫସିଆଇ ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ନିଶିଥ କୁମାର ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଖାଦ୍ୟ ଶସ୍ୟ କ୍ରୟ, ଭଣ୍ଡାରଣ, ପରିବହନ ଏବଂ ବିତରଣ ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। ଏହି ପ୍ରକ୍ରିୟାରେ ଭାରତ ସରକାର ଚାଉଳ କିଲୋପ୍ରତି ୩୯ ଟଙ୍କା ଏବଂ ଗହମ କିଲୋ ପ୍ରତି ୨୮ ଟଙ୍କା ଖର୍ଚ୍ଚ କରିବେ।

ଏହି ଯୋଜନା ଅନ୍ତର୍ଗତ, ପାଖାପାଖି ୧୯୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିତରଣ କରାଯିବ। ଏଥିପାଇଁ ଭାରତ ସରକାର ଆନୁମାନିକ ୬୭,୪୯୨ କୋଟି ଟଙ୍କା ବ୍ୟୟ କରିବେ ବୋଲି ସେ କହିଥିଲେ।

ଶ୍ରୀ ପ୍ରଧାନ ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଖାଦ୍ୟ ଶସ୍ୟ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଜନା ଅଧୀନରେ ପ୍ରାୟ ୭.୦୩ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୧.୦୮ ଲକ୍ଷ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଛି। ଏହି ଖାଦ୍ୟଶସ୍ୟ କେନ୍ଦ୍ରୀୟ ପୁଲ୍ ଷ୍ଟକ୍ ଓ ଏଫସିଆଇ ଗୋଦାମରୁ ଓଏସସିଏସି ଲିମିଟେଡ୍ ଦ୍ବାରା ଉଠାଣ କରାଯିବ ବୋଲି ସେ କହିଥିଲେ।

ଏହି ଯୋଜନା ଅନ୍ତର୍ଗତ, ଓଡ଼ିଶାରେ ଖାଦ୍ୟଶସ୍ୟ ବିତରଣ ପାଇଁ ପ୍ରାୟ ୩୦୪୪ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଭାରତ ସରକାର ବହନ କରିବେ। ଏହାଫଳରେ ରାଜ୍ୟର ପ୍ରାୟ ୩.୨୪ କୋଟି ହିତାଧିକାରୀ ଲାଭବାନ ହେବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଚନ୍ତି। ଏହି ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ଏଫସିଆଇ ଓଡ଼ିଶା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଅନ୍ତର୍ଗତ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି, ଏଥିପାଇଁ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ଭାବେ ଉଠାଣ କରାଯିବ।

ଶ୍ରୀ ପ୍ରଧାନ ଆହୁରି ସୂଚନା ଦେଇ କହିଛନ୍ତି, ଯେ ଏହି ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ଏଫସିଆଇ ଓଡ଼ିଶା ନିଜର ସମସ୍ତ ଗୋଦାମରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିସାରିଲାଣି ଏବଂ ଉଠାଣ ପାଇଁ ରାଜ୍ୟ ଏଜେନ୍ସିଗୁଡ଼ିକୁ ଖାଦ୍ୟଶସ୍ୟ ଯୋଗାଣ ଆରମ୍ଭ କରିସାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର୍ଯ୍ୟାୟ ଅଧୀନରେ ୭୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ୨.୮୨ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୪୩୦୦୦ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଥିଲା। ଏହି ଖାଦ୍ୟଶସ୍ୟ ବିତରଣ ପାଇଁ ମୋଟ ୧୨୨୦ କୋଟି ଟଙ୍କା ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories