www.samajalive.in
Sunday, December 7, 2025
16.1 C
Bhubaneswar

ଚାଷୀଙ୍କୁ ଚଡ଼କ, ଧୋଇଯିବ ଧାନ ଓ ପନିପରିବା

ତିଗିରିଆ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ବିପର୍ଯ୍ୟୟ ମୁହଁରେ ତିଗିରିଆ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଉଛି। ବର୍ଷା ଅଭାବରୁ ଧାନ ବୁଣିବାଠାରୁ ଆରମ୍ଭ କରି ବେଉଷଣ ପର୍ୟ୍ୟନ୍ତ ଚଳିତ ଖରିପ ଧାନଚାଷରେ ବିଳମ୍ବିତ ପ୍ରକିୟା ଲାଗି ରହିଥିଲା। ଗତ ଲଘୁଚାପ ସମୟରେ ଚାଷୀଙ୍କ ବେଉଷଣ କାର୍ୟ୍ୟ ସ୍ୱାଭାବିକ ହୋଇଥିଲା। ବିଳମ୍ବ କାରଣରୁ ହଜାର ହଜାର ଚାଷୀ ସେମାନଙ୍କ ଧାନ ରୂଆପୋତା ବେଉଷଣ କରିବା ସହ ଗଛର ଶୀଘ୍ର ବୃଦ୍ଧି ଲାଗି ହଜାର ହଜାର ଟଙ୍କାର ସାର କ୍ଷେତରେ ବିଞ୍ଚି ଦେଇଥିଲେ। ଏପରି ସ୍ଥିତିରେ ମହାନଦୀ କୂଳବର୍ତ୍ତୀ ବଡ଼ନାଉପୁଟ, ସୋମପଡ଼ା, ପୁରୁଣାତିଗିରିଆ, ହାଟମାଳ, ଗଦାଧରପୁର, ବିନ୍ଧାଣିମା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମର ଧାନଚାଷୀଙ୍କ ପାଇଁ ଚରମ ଦୁଭାର୍ଗ୍ୟ ଆଣି ଦେଇଛି। ବଡ଼ନାଉପୁଟ, ହାଟମାଳ, ପୁରୁଣାତିଗିରିଆ, ସୋମପଡ଼ା ଭଳି ୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଧାନଚାଷ ଦୀର୍ଘ ୫ଦିନ ହେଲା ବନ୍ୟା ଜଳରେ ବୁଡ଼ି ରହିଥିବା ବେଳେ ଗତକାଲି ଠାରୁ ବିନ୍ଧାଣିମା ଓ ଗଦାଧରପୁର ପଞ୍ଚାୟତର ଧାନ ଓ ପନିପରିବା ଚାଷରେ ବନ୍ୟାଜଳ ଏବେବି ବୃଦ୍ଧି ପାଉଥିବାରୁ ଗୋଟିକ ପରେ ଗୋଟିଏ ଗ୍ରାମର ଚାଷଜମି ବୁଡ଼ିବାରେ ଲାଗିଛି। ଏପର୍ୟ୍ୟନ୍ତ ତିଗିରିଆ ବ୍ଲକରେ ୨୮୦ ହେକ୍ଟର ଧାନ ଓ ପନିପରିବା ଚାଷ ବନ୍ୟାଜଳରେ ବୁଡ଼ି ରହିଥିବା ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏସବୁ ଉଜୁଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ବିଗତ ବର୍ଷର ବିପର୍ୟ୍ୟୟ ଠାରୁ ଚଳିତ ବର୍ଷର କୃଷି ସମସ୍ୟା ଜଟିଳ ହେବ। ଖରିପ ଧାନରେ ଅହେତୁକ ବିଳମ୍ବ କାରଣରୁ ଉଜୁଡ଼ା କ୍ଷେତକୁ ସଜାଡ଼ିବାକୁ ଚାଷୀଙ୍କ ପାଖରେ ଆଉ ସମସ ନାହିଁ କି ସେ ସୁଯୋଗ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଅପରପକ୍ଷେ ହୀରାକୁଦରୁ କ୍ରମାଗତ ଭାବେ ଅଧିକରୁ ଅଧିକ ସଂଖ୍ୟାରେ ଗେଟ୍‍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ତାହା ସ୍ଥାନୀୟ ଅଞ୍ଚଳ ଦେଇ ପ୍ରବାହିତ ହେଲେ ଆହୁରି ଅଧିକ ଚାଷ ଜମି ବୁଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଞ୍ଚଳରେ ବର୍ତ୍ତମାନର ସ୍ଥିତିକୁ ଅନୁମାନ କଲେ ବନ୍ୟାଜଳ ଆସନ୍ତାକାଲି ଯଦି ହ୍ରାସ ନପାଇ ସ୍ଥିତାବସ୍ଥା ଜାରିରହେ ତେବେ ହୀରାକୁଦରୁ ନିଷ୍କାସିତ ଜଳ ଏଠାରେ ପ୍ରବାହିତ ହେବା ବେଳେ ବଡ଼ଧରଣର ବନ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories