www.samajalive.in
Monday, December 8, 2025
14.1 C
Bhubaneswar

ମାର୍ଚ୍ଚ ୧ରେ ଭୁବନେଶ୍ୱର ଚାଲ : ଚାଷୀ ସଙ୍ଗଠନ ବୈଠକରେ ନିଷ୍ପତ୍ତି

ସମ୍ବଲପୁର  ସମ୍ବଲପୁର ଜିଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ଅଚଳାବସ୍ଥାକୁ ଦୂର କରିବାରେ ସରକାର ବିଫଳ ହୋଇଛନ୍ତି। ଜିଲାର କୁଚିଣ୍ଡା ଉପଖଣ୍ଡ ଅଞ୍ଚଳର ମଣ୍ଡି ଓ ଧାନ କ୍ରୟ କେନ୍ଦ୍ର ଗୁଡିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। କିନ୍ତୁ ସରକାର ଏହାକୁ କିଣିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନେଉ ନାହାନ୍ତି। ତେଣୁ ଚାଷୀ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରାଯିବା ସହ ମାର୍ଚ୍ଚ ୧ରେ ଭୁବନେଶ୍ୱର ଚାଲ ଅଭିଯାନ ହେବ ବୋଲି ଆଜି ଅନୁଷ୍ଠିତ ଚାଷୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଆବାହାକ ଲିଙ୍ଗରାଜ ଓ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଚାଷୀ ବୈଠକରେ ସମଗ୍ର ପଶ୍ଚିମ ଓଡିଶାର ଚାଷୀ ମାନେ ଯୋଗ ଦେଇ ଧାନ କିଣାବିକା ଓ ସରକାରଙ୍କ ନିତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଟୋକନ ଓ ଏକର ପିଛା କିଣାବିକା ପରିମାଣ ଖୁବ କମ୍ ହୋଇଥିବାରୁ ଚଳିତ ବର୍ଷ ଚାଷୀ ଧାନ କିଣାବିକାରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜିଲାର ହଜାରେ ପାଖାପାଖି ଚାଷୀଙ୍କ ଟୋକନ ଅଚଳ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକ୍ଷମ କରାଉ ନାହାନ୍ତି ରାଜ୍ୟ ସରକାର। ଫଳରେ ଚାଷୀ ମଣ୍ଡିରେ ଧାନ କିଣାବିକା କରି ନ ପାରି ବାଧ୍ୟ ହୋଇ ଦଲାଲ ଓ ବେପାରୀ ହାତରେ ଖୁବ କମ ଦରରେ ବିକ୍ରି କରୁଛି। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବା ବେଳେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ଅଟେ। ଧାନ କିଣାବିକାକୁ ନେଇ ପ୍ରତି ଅଞ୍ଚଳରେ ଆନ୍ଦୋଳନ ହେବ ଓ ଏହାକୁ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପୂର୍ଣ୍ଣ ସମର୍ଥନ ଦେବ ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଗତ ବର୍ଷ ମେ ୧୮ରେ କୃଷି ସଂକ୍ରାନ୍ତୀୟ ଅଧ୍ୟାଦେଶ ଆଣି ଥିଲେ। ମାତ୍ର ଏହି ଅଧ୍ୟାଦେଶକୁ କିଛି ଦିନ ଶୀତଳ ଭଣ୍ଡାରରେ ରଖିବା ପରେ ପୁଣି ଥରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ଯୋଜନା ଜାରି ରହିଛି। ତେଣୁ ଚାଷୀ ସଙ୍ଗଠନ ଏହି ଅଧ୍ୟାଦେଶକୁ ବିରୋଧ କରିବା ସହିତ ଭୁବନେଶ୍ୱର ଚାଲ ଅଭିଯାନର ନିଷ୍ପତ୍ତି ନିଆଯାଇଛି। ବାଇକ ଓ ଟ୍ରାକ୍ସର ଯୋଗେ ଚାଷୀ ମାର୍ଚ୍ଚ ୧ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ଏ ନେଇ ପ୍ରତି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ଉତ୍ପାଦନ ହୋଇଛି। କିନ୍ତୁ ସରକାର ସମଗ୍ର ଓଡିଶା ପାଇଁ ଗୋଟିଏ ନିତି ଲାଗୁ କରିବାରୁ ପଶ୍ଚିମ ଓଡିଶାର ଚାଷୀ ସନ୍ତୋଷଜନକ ଭାବରେ ଧାନ କିଣା ବିକା କରି ପାରି ନାହାନ୍ତି। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ। ଏହି ବୈଠକରେ ଚାଷୀ ବିରଞ୍ଚି ସାହୁ, ମୁରାରୀ ପ୍ରସାଦ ପୁରୋହିତ, ହରିଶଙ୍କର ପୁରୋହିତ, ଉମେଶ ମିଶ୍ର, ବ୍ୟୋମକେଶ ଠାକୁର, ପ୍ରଦୀପ ସ୍ୱାଇଁ, ସୁଶୀଲ ସାହୁ, ଗିରିଶ ସାହୁ, ଲକ୍ଷ୍ମଣ ପ୍ରଧାନ, ମକରଧ୍ୱଜ ପ୍ରଧାନ, ଭୈରବ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଯୋଗ ବିହାରୀ ପରିଡା, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories