www.samajalive.in
Friday, December 5, 2025
27.1 C
Bhubaneswar

ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଚାଷୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଅଞ୍ଚଳରେ ବର୍ତ୍ତମାନ ସ୍ଥିତି ରେ ଧାନ ସଂଗ୍ରହକୁ ନେଇ ଉପୁଜିଥିବା ସମସ୍ୟା କୁ ନେଇ ହଜାର ସଂଖ୍ୟାରେ ଉତ୍ତ୍ୟକ୍ତ ଚାଷୀମାନେ ସମ୍ବଲପୁର ବରଗଡ ୫୩ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଚାଷୀମାନେ ଗୋଡଭଗା ମାର୍କେଟ ୟାର୍ଡ ସମ୍ମୁଖରେ ଧାନ ରଖି ଦୀର୍ଘ ସାଢେ ତିନି ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଚଳିତ ରବି ରୁତୁରେ ହଠାତ ବର୍ଷା ଯୋଗୁଁ ଚାଷୀ ଧାନ ଅମଳ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହୋଇଛି । ଚାଷୀଙ୍କ ଧାନ ଜମିରେ ଖଳାରେ ଅମଳ ଧାନ ଗଜାହୋଇ ଯାଇଥିବା ଓ କ୍ଷେତରେ ଥିବା ଧାନ ମଧ୍ୟ କ୍ଷତିଗ୍ରସ୍ଥ ହୋଇଥିବା ସତ୍ୱେ ଧାନ କିଣା ଉପରେ ସରକାରଙ୍କର ଅପାରଗତା ଓ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛି । ଏପରି ସ୍ଥିତିରେ ପୁଣି ସରକାରଙ୍କ ଧାନ କିଣା ନୀତିର ପରିବର୍ତ୍ତନ ଚାଷୀ ଉପରେ କୋରଡା ମାଡପରି ଅନୁଭବ କରୁଛି । ରାସ୍ତା ରୋକର ଦୀର୍ଘ ସମୟ ପରେ ବରଗଡ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ବରଗଡ ସିଏସଓ, ଏସ ଡି ପି ଓ ପଦାରବିନ୍ଦ ତ୍ରିପାଠୀ, ଅତାବିରା       ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉପଜିଲ୍ଲାପାଳ ଆସନ୍ତା ଜୁନ ୩୦ତାରିଖ ମଧ୍ୟରେ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମାର୍କେଟ ୟାର୍ଡର ଧାନ ଉଠାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହ କୌଣସି ଚାଷୀଙ୍କ ଟୋକନ ଅବଧି ଶେଷ ହେବନାହିଁ ବାଲି ପ୍ରତିଶୃତି ଦେଇଥିଲେ । ଏଥିରେ ଚାଷୀମାନେ ସହମତି ପ୍ରକାଶ କରି ସନ୍ଧ୍ୟା ସlଢେ ୭ଟାରେ ଆନ୍ଦୋଳନରୁ ଓହରିଥିଲେ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories