www.samajalive.in
Monday, December 8, 2025
27.1 C
Bhubaneswar

୨୧ ନକଲି ବିଶ୍ବବିଦ୍ୟାଳୟରେ ଓଡ଼ିଶାରୁ ଦୁଇ

ଭୁବନେଶ୍ବର: ଦେଶରେ ଥିବା ୨୧ଟି ବିଶ୍ବବିଦ୍ୟାଳୟ ନକଲି। ସେଥିମଧ୍ୟରେ ଓଡ଼ିଶାରୁ ୨ଟି ରହିଛି। ଏହି ଆତ୍ମଘୋଷିତ ବିଶ୍ବବିଦ୍ୟାଳୟ‌ କୌଣସି ଡିଗ୍ରୀ ପ୍ରଦାନ କରିବାକୁ କ୍ଷମତାପ୍ରାପ୍ତ ନୁହେଁ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ଜାରି କରାଯାଇ ଏପରି ପରାମର୍ଶ ଦିଆଯାଇଛି।
ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଦିଲ୍ଲୀ ସର୍ବାଗ୍ରେ ରହିଛି। ଦିଲ୍ଲୀରେ ସର୍ବାଧିକ ୮ଟି ଜାଲ୍‌ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୨ଟି ଲେଖାଏଁ ଚିହ୍ନଟ ହୋଇଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଆତ୍ମଘୋଷିତ ବିଶ୍ବବିଦ୍ୟାଳୟ ଥିବା କୁହାଯାଇଛି। ଓଡ଼ିଶାର ରାଉରକେଲାରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜସ୍ଥିତ ଉତ୍ତର ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟ ୟୁଜିସିର ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ରହିଛି।

ସେହିପରି ଦିଲ୍ଲୀସ୍ଥିତ ଏଆଇଆଇପିପିଏଚଏସ, କମର୍ସିଆଲ ୟୁନିଭର୍ସିଟି, ୟୁନାଇଟେଡ ନେସନ ୟୁନିଭର୍ସିଟି ଭଳି ୮ଟି ବିଶ୍ବବିଦ୍ୟାଳୟକୁ ଜାଲ୍‌ ଘୋଷଣା କରାଯାଇଛି। ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ୟୁଜିସି ଅଧିନିୟମର ଉଲ୍ଲଙ୍ଘନ କରୁଥିବା କୁହାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories