www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ; ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ ପାଠ

ଫୁଲବାଣୀ: ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର I କିଛିମାସ ଆଗରୁ ନିଜ ଜମିରେ ହଳକରି ଚର୍ଚ୍ଚାରେ ରହିଆସିଥିବା ଏହି ବିଧାୟକ କିଛିଦିନ ତଳେ ଅନୁଷ୍ଠିତ ହୋଇ ଥିବା ମାଟ୍ରିକ ପରୀକ୍ଷାରେ ପାସକରି ଗଣମାଧ୍ୟମରେ ଚର୍ଚ୍ଚାରେ ମଧ୍ୟ ରହିଥିଲେ I ହେଲେ ଏବେ ସ୍କୁଲ ପରିଦର୍ଶନରେ ଆସି କ୍ଲାସ ରୁମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼େଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି I ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢେଇବା ସହ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ବିଷୟରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ I

ଏହାସହ ଏହି କ୍ରାଣ୍ଡିବାଲି ସ୍କୁଲଟି ଏହି ଅଂଚଳର ଏକ ପୁରାତନ ସ୍କୁଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସ୍କୁଲରେ ଥିବା ଅଧିକାଂଶ କୋଠା ଅସୁରକ୍ଷିତ ହୋଇପଡିଛି I ଯାହାଫଳରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି I ଦୀର୍ଘ ଦିନ ଧରି ସ୍କୁଳରେ ଏହି ସମସ୍ୟା ଲାଗିରହିଥିବା ବେଳେ ସ୍କୁଲର ସ୍ଥିତିକୁ ସମୀକ୍ଷା କରିବା ସହ ଯେତେ ଶୀଘ୍ର ହେବ ଏହି ସ୍କୁଲରେ ଲାଗିରହିଥିବା ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ I ଅନୁରୂପ ଭାବରେ ନୂତନ ଭାବରେ ‘ମୋ ସରକାର’ ଅଧୀନରେ ରୂପାନ୍ତରିତ କରାଯାଇଥିବା ଏହି କ୍ରାଣ୍ଡିବାଲି ଠାରେ ଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇ ଥିଲେ । ପରେ ବିଧାୟକ ନିଜେ ପ୍ରଥମରୁ ପଞ୍ଚମ ଯାଏ ପାଠ ପଢିଥିବା ଡେରାକୁମ୍ଫା  ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସେଠି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହ ସ୍କୁଲର ଅନୁସଙ୍ଗିକ ବ୍ୟବସ୍ଥା ଗୁଡିକ ଉପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଚକଲେଟ ବଣ୍ଟନ କରିଥିଲେ I

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories