ପାଟଣାଗଡରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ୍ ଜବତ: ଦୁଇ ଗିରଫ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ​‌ରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଜାଲ ନୋଟ୍ । ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ ଥାନା ଭଇଁସା​‌ ଗାଁର ବରୁନ ପର୍ରୁଆ ଓ ରୋହିତ ବସ୍ତିଆ। ଏମାନେ ଦୀର୍ଘ ଦିନ ହେବ ଜାଲ ନୋଟ୍ କାରବାରରେ ଲିପ୍ତ ଥିଲେ । ପୁଲିସ୍ ସେମାନଙ୍କ ଠାରୁ ୨୭୪ଟି  ୫୦୦ ଟଙ୍କିଆ ନୋଟ୍ ଜବତ କରିଛି। ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ । ଦୁଇ ଅଭିଯୁକ୍ତ ଘରେ  କମ୍ପ୍ୟୁଟର ଓ ପ୍ରିଣ୍ଟର ରଖି ଜାଲ ନୋଟ୍ ଛାପୁଥିଲେ। ପୁଲିସ୍ ନୋଟ୍ ଛପାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରିଛି।

Comments are closed.