www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟବହୃତ କାର୍‍ ଉପରେ ଜିଏସଟି ୫%କୁ ହ୍ରାସ ପାଇଁ ଏଫଏଡିଏର ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶରେ ବ୍ୟବହୃତ କାର୍‍ ବ୍ୟବସାୟ ବୃଦ୍ଧିପାଉଥିବାବେଳେ ତାହାକୁ ପ୍ରୋତ୍ସାହିତ କରିବା ଲାଗି ବ୍ୟବହୃତ କାର୍‍ ଉପରେ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ହାର ୫%କୁ ହ୍ରାସ କରିବାକୁ ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ଫେବ୍ରୁଆରୀରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଥିବାବେଳେ ତାହା ପୂର୍ବରୁ ଏହି ସଂଗଠନ ପକ୍ଷରୁ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇ ତାହାକୁ ବଜେଟରେ ସ୍ଥାନିତ କରିବାକୁ ଅନୁରୋଧ କରାଯାଇଛି।

ଏଫଡଡିଏ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖାଯାଇ କୁହାଯାଇଛି ଯେ କେତେକ ସରକାରୀ ନୀତି ଭାରତୀୟ ଯାନବାହନ ଶିଳ୍ପ ଏବଂ ଅଟୋ ଡିଲରସିପ୍‍ର ଅଭିବୃଦ୍ଧି କ୍ଷେତ୍ରରେ ବାଧକ ହୋଇଛି। କୋଭିଡ ମହାମାରୀ କାରଣରୁ ଦେଶରେ ଯାନବାହନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି ଏବଂ ଏ କ୍ଷେତ୍ରରେ ଗ୍ରାହକଙ୍କ ଚାହିଦା ବୃଦ୍ଧିପାଇଁ ଫେଡେରେସନ କେତେକ ପ୍ରସ୍ତାବ ଦେଇଛି। ସେଥିମଧ୍ୟରେ ଆୟକର ପୈଠ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଯାନବାହନ ଉପରେ କ୍ରମଶଃ ମୂଲ୍ୟହ୍ରାସ ଦାବି କରିବା ସୁବିଧା ପ୍ରଚଳନ କରାଯିବା ଆବଶ୍ୟକ। ଏହାଦ୍ୱାରା ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି ସହିତ ବିଶେଷକରି ଦୁଇଚକିଆ ଯାନର ଚାହିଦା ବୃଦ୍ଧି ଏବଂ ସରକାରଙ୍କର ଜିଏସଟି ସଂଗ୍ରହ ପରିମାଣ ବୃଦ୍ଧିପାଇବ। ଏଥିସହିତ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଚଳିତ ଥିବା ଯାନବାହନର କ୍ରମଶଃ ମୂଲ୍ୟହ୍ରାସ ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଚଳନ କରିବାକୁ ଏହା ପ୍ରସ୍ତାବ ଦେଇଛି। ପୁନଶ୍ଚ ଦୁଇଚକିଆ ଯାନବାହନ ଉପରେ ଜିଏସଟି ହାର ୧୮%କୁ ହ୍ରାସ କରିବାକୁ ମଧ୍ୟ ଏହା କହିଛି। ଏହାଦ୍ୱାରା ଯାନବାହନ ନିର୍ମାତାଙ୍କ ଦ୍ୱାରା ହେଉଥିବା ମୂଲ୍ୟବୃଦ୍ଧିକୁ ମୁକାବିଲା କରାଯାଇପାରିବ ଏବଂ ଗ୍ରାହକଙ୍କ ନିକଟରୁ ଚାହିଦା ବୃଦ୍ଧିପାଇବ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories