www.samajalive.in
Saturday, December 6, 2025
16.1 C
Bhubaneswar

ତ୍ୱଚା ପାଇଁ କିସ୍‌‌ମିସ୍‌‌ର କରାମତି

ଡ୍ରାଏଫ୍ରୁଟ୍ସ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଖୁବ ଉପକାରୀ। ସେଭଳି ଏକ ଉପକାରୀ ଡ୍ରାଏଫ୍ରୁଟ୍ସ ହେଉଛି କିସ୍‌‌ମିସ୍‌‌। ଏଥିରେ ପ୍ରୋଟିନ ସହ ଫାଇବର ଓ ଆଇରନର ଏକ ଉତ୍ତମ ସ୍ରୋତ।
୧୫୦ ଗ୍ରାମ କିସ୍‌‌ମିସ୍‌‌ ଓ ୨କପ ପାଣି ନିଅନ୍ତୁ। ରାତି ସାରା ପାଣିରେ କିସ୍‌‌ମିସ୍‌‌ ଭିଜାଇ ରଖନ୍ତୁ। ସକାଳେ ଉଠି ଖାଲି ପେଟରେ ଏହାକୁ ପିଅନ୍ତୁ।
କିସ୍‌‌ମିସ୍‌‌ ପାଣିରେ ବେସନ ଓ ମହୁ ମିଶାନ୍ତୁ। ଏହାର ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ।
ଶୁଷ୍କ ତ୍ୱଚା ପାଇଁ ଏହି ଫେସ୍‌‌ ପ୍ୟାକ୍‌‌ ରାମବାଣ। ତେଲିଆ ତ୍ୱଚା ମାନେ ଏହାକୁ ବ୍ୟବହାର କରିବା ପାଇଁ ଏଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ।
କିସ୍‌‌ମିସ୍‌‌ ପାଣିରେ ଗୋଲାପ ଜଳ ଓ ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ଏକ ବୋତଲରେ ରଖି ଟୋନର୍‌‌ ଭଳି ବ୍ୟବହାର କରନ୍ତୁ।
କିସ୍‌‌ମିସ୍‌‌ର ପାଣି ତ୍ୱଚାକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ଏହାକୁ ବତୁରାଇ ପାଣିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ।
କିସ୍‌‌ମିସ୍‌‌ ପାଣିରେ ଭିଟାମିନ ଇ ଓ ସି ଭରପୁର ମାତ୍ରାରେ ରହିଛି। ଏହା ତ୍ୱଚାର ଚମକ ବଢାଇଥାଏ।
ତ୍ୱଚାକୁ ଗୋରା କରିଥାଏ।
ତ୍ୱଚାରେ କୁଞ୍ଚନ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଚମକ ବୃଦ୍ଧି କରିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories