www.samajalive.in
Monday, December 8, 2025
20.1 C
Bhubaneswar

ଏବେ ମହାନଗରୀରେ ‘କରୱାଚୌଥ୍ ପ୍ୟାକେଜ୍’

ଅକ୍ଟୋବର ୨୭ରେ ସର୍ବଭାରତୀୟସ୍ତରରେ ବିଭିନ୍ନ ପ୍ରାନ୍ତର ହିନ୍ଦୁ ମହିଳାମାନେ ପାରମ୍ପରିକ ବ୍ରତ ‘କରୱାଚୌଥ୍ ବ୍ରତ’ ପାଳନ କରିବେ। କାହିଁ କେଉଁ କାଳରୁ ମହିଳାମାନେ ଖୁବ୍ ଆଦରରେ ଏଇ ବ୍ରତକୁ ସ୍ବାମୀଙ୍କ ଶୁଭ ଓ ଦୀର୍ଘଜୀବନ ମନାସି ପାଳି ଆସୁଛନ୍ତି। ପୂରା ଦିନ ଉପବାସ ପରେ ରାତିରେ ଚନ୍ଦ୍ର ଦର୍ଶନ ପରେ ହିଁ ପତ୍ନୀମାନେ ସାତ୍ତ୍ବିକ ଆହାର ସେବନ କରନ୍ତି। ଏଇ ଦିନ ନିମନ୍ତେ ଘରର ମହିଳାଙ୍କୁ ବିଭିନ୍ନ ପ୍ରକାର ମନଲାଖି ଉପହାର ଦିଆଯାଏ। ଏଥରକ କରୱାଚୌଥ୍‌ ଅବସରରେ ଦିଲ୍ଲୀ, ମୁମ୍ବଇ ଓ କଲକାତାର ସଂଖ୍ୟାଧିକ ଦୋକାନରେ ରିଆତି ସହ ସ୍ବତନ୍ତ୍ର ପ୍ୟାକେଜ୍‌ର ଘୋଷଣା କରାଯାଉଛି। ମହିଳାମାନେ ଯେପରି ଘରର ଦାୟିତ୍ବ ନେବା ନିମନ୍ତେ ନିଜକୁ ଫିଟ୍ ରଖିବେ, ସେ ନିମନ୍ତେ ଜିମ୍‌ଗୁଡ଼ିକ ‘କରୱାଚୌଥ୍ ପ୍ୟାକେଜ୍‌’ ଘୋଷଣା କରିଛନ୍ତି। ସଫ୍ଟୱେୟାର ଇଂଜିନିୟର ୩୯ ବର୍ଷୀୟ ଅନିଶ୍‌ ଗୁପ୍ତାଙ୍କ ମତରେ ତାଙ୍କ ପତ୍ନୀ ରେଖା କର୍ମଜୀବୀ ହେବା ସହ ଘରର ଦାୟିତ୍ବ ସମ୍ଭାଳିଥାନ୍ତି। ନିଜ ସ୍ବାସ୍ଥ୍ୟ ଉପରେ ରେଖା ସେତେଟା ଧ୍ୟାନ ଦେଇପାରନ୍ତି ନାହିଁ। ଅନ୍ତତଃ ଦୈନିକ କାର୍ଯ୍ୟାଳୟରୁ ଫେରିବା ପରେ ରେଖା ୨୫ ମିନିଟ୍ ଜିମ୍ ଯାଇ ବ୍ୟାୟାମ କରି ପାରିବେ। ଜିମ୍‌ ପରିଚାଳକଙ୍କ ମତରେ, ସଂଖ୍ୟାଧିକ ଲୋକ ଏଇ ‘କରୱାଚୌଥ୍‌ ପ୍ୟାକେଜ୍‌’କୁ ଖୁବ୍ ପସନ୍ଦ କରିଛନ୍ତି। ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଜିମ୍ ଅଗ୍ରୀମ ବୁକିଂ ଶେଷ ହୋଇଥିବାବେଳେ ପ୍ୟାକେଜ୍‌ର ମୂଲ୍ୟ ୩ହଜାର ଟଙ୍କାରୁ ୨୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories