ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର
ଭୁବନେଶ୍ୱର/ପୁରୀ: ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି। ବୁଧବାର ତାଙ୍କର ମସ୍ତିଷ୍କ ପ୍ରଦାହ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
https://samajalive.in/arabinda-kejriwal-ed-cm-delhi/509409.html
ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତି ବୁଧବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡିବା ପରେ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଶ୍ରୀ ମହାନ୍ତି ଏକ ସଭାରୁ ଫେରି ଘରେ ବସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ଶ୍ରୀ ମହାନ୍ତିଙ୍କ ଅସୁସ୍ଥ ହେବା ଖବର ପାଇ ଶାସକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀ ଘରୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ତାଙ୍କ ପୁରୀ ବାସଭବନ ନିକଟରେ ଶତାଧିକ କର୍ମୀ ପହଂଚିଛନ୍ତି।
Comments are closed.