www.samajalive.in
Sunday, December 7, 2025
15.1 C
Bhubaneswar

ପାକିସ୍ତାନକୁ ୟୁରୋପୀୟ ୟୁନିଅନର ଝଟକା; କହିଲେ- ଭାରତକୁ ଆତଙ୍କବାଦୀ ପଡୋଶୀରୁ ଆସନ୍ତି, ଚନ୍ଦ୍ରରୁ ନୁହେଁ

ବ୍ରସଲେସ : କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବା ପାଇଁ ପାକିସ୍ତାନର ସ୍ୱପ୍ନ ପୁଣି ଥରେ ଭାଙ୍ଗଯାଇଛି। ୟୁରୋପୀୟ ୟୁନିଅନ ବୁଧବାର ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। କାଶ୍ମୀର ପ୍ରସଙ୍ଗରେ ୟୁରୋପୀୟ ୟୁନିୟନ ସଂସଦର ଅଧିକାଂଶ ସଦସ୍ୟ ଭାରତକୁ ସମର୍ଥନ ଦେବା ସହ ପାକିସ୍ତାନକୁ ଏକ ସନ୍ଦିଗ୍ଧ ଦେଶ ବୋଲି କହିଛନ୍ତି।

ୟୁରୋପୀୟ ୟୁନିଅନର ସଂସଦ ସ୍ପଷ୍ଟ କରିଛି ଯେ କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ। ଦୁଇ ଦେଶର କଥାବାର୍ତ୍ତା ଦ୍ୱାରା କାଶ୍ମୀର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ସୁନିଶ୍ଚିତ ହୋଇପାରିବ। ଏହି ମାମଲାରେ କୌଣସି ତୃତୀୟ ପକ୍ଷଙ୍କ ହସ୍ତକ୍ଷେପର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ୟୁରୋପୀୟ ସଂସଦର ସଦସ୍ୟମାନେ କହିଛନ୍ତି। ତେବେ ୧୧ ବର୍ଷ ପରେ ପ୍ରଥମ ଥର ୟୁରୋପୀୟ ସଂସଦରେ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଆଲୋଚନାକାଳରେ ୟୁରୋପୀୟ ୟୁନିଅନରେ ପୋଲାଣ୍ଡର ରିଜାର୍ଡ ଜାରନେକି କହିଥିଲେ ଯେ ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ର। ଆମକୁ ଭାରତର ଜାମ୍ମୁ କାଶ୍ମୀରରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାରତକୁ ଆତଙ୍କବାଦୀମାନେ ଚନ୍ଦ୍ରରୁ ଆସୁନାହାନ୍ତି ସେମାନେ ପଡୋଶୀ ଦେଶରୁ ହିଁ ଆସୁଛନ୍ତି। ତେଣୁ ଆମକୁ ଭାରତକୁ ସମର୍ଥନ କରିବା ଦରକାର। ସେହିପରି ୟୁରୋପୀୟ ୟୁନିଅନରେ ଇଟାଲିର ଫୁଲଭାୟୋ ମାର୍ତସିଲୋ କହିଥିଲେ ଯେ ପାକିସ୍ତାନ ବାରମ୍ବାର ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଧମକ ଦେଉଛି। ପାକିସ୍ତାନରୁ ଆତଙ୍କବାଦୀମାନେ ଆସି ୟୁରୋପରେ ଆକ୍ରମଣ କରିବାର ଯୋଜନା କରିବାରେ ସଫଳ ହେଉଛନ୍ତି। ଏହା ମନାବାଧିକାରର ବଡ଼ ଉଲ୍ଲଙ୍ଘନ ଓ ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯିବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories