www.samajalive.in
Saturday, December 6, 2025
16.1 C
Bhubaneswar

ଅଟଳ ବୀମିତ କଲ୍ୟାଣ ଯୋଜନାରେ ବେରୋଜଗାରଙ୍କୁ ମିଳିବ ସହାୟତା; ଆବେଦନ ଦାଖଲ ନିମନ୍ତେ ଇଏସଆଇସି ପକ୍ଷରୁ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନଲାଇନରେ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଡଟ୍‌ଇଏସ୍‌ଆଇସିଡଟ୍‌ଇନ୍‌ ୱେବସାଇଟରେ ଆବେଦନ ଦାଖଲ କରାଯାଇପାରିବ। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସଆଇସି ଶାଖା କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।
ଏଠାରେ ସୂଚନାଯୋଗ୍ୟ ଯେ ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସଆଇ ପକ୍ଷରୁ ଅଟଳ ବୀମିତ କଲ୍ୟାଣ ଯୋଜନାକୁ ଅତିରିକ୍ତ ଏକ ବର୍ଷ ପାଇଁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଅନୁରୂପ ଯୋଜନାକୁ ଚଳିତବର୍ଷ ଜୁଲାଇ ପହିଲାଠାରୁ ୩୦ ଜୁନ, ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କୋଭିଡ ମହାମାରୀ ଏବଂ ତତସଂକ୍ରାନ୍ତ ଲକଡାଉନ କାରଣରୁ ଚାକିରି ହରାଇଥିବା ବୀମାଭୁକ୍ତ କର୍ମଚାରୀମାନଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀକୁ କୋହଳ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଏହି ଯୋଜନାରେ ସେମାନେ କ୍ଷତିପୂରଣ ଆକାରରେ ସେମାନଙ୍କ ଦରମାର ୫୦% ପାଇପାରିବେ। ପୂର୍ବରୁ ଏହି ପରିମାଣ ୨୫% ରହିଥିବାବେଳେ ବର୍ତ୍ତମାନ ଏହାକୁ ବଢ଼ାଇ ୫୦% କରି ଦିଆଯାଇଛି। ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ଚାକିରି ହରାଇଥିବା କର୍ମଚାରୀମାନଙ୍କୁ ଲାଭ ଦେବା ଲାଗି ନିଯୁକ୍ତିଦାତା ମଧ୍ୟ ଆବେଦନ କରିବେ । ଶ୍ରୀ ଗଙ୍ଗୱାର କହିଛନ୍ତି ଯେ ଆବେଦନ ପ୍ରକ୍ରିୟାରେ ରିଆତି ସ୍ବରୂପ ଏବେ ଇଏସଆଇସି ଶାଖା କାର୍ଯ୍ୟାଳୟରେ ସିଧାସଳଖ ଆବେଦନ କରାଯାଇପାରିବ। ଏହି ସମ୍ପ୍ରସାରିତ ଲାଭ ଏବଂ ସର୍ତ୍ତାବଳୀ କୋହଳ ହେବାର ବ୍ୟବସ୍ଥା ଚଳିତବର୍ଷ ୨୪ ମାର୍ଚ୍ଚ ରୁ ୩୧ ଡିସେମ୍ବର ଅବଧି ମଧ୍ୟରେ ଲାଗୁ ହେବ। ଏ ନେଇ ବିଜ୍ଞପ୍ତି ଜାରି ହୋଇସାରିଛି। ସହାୟତା ରାଶି ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories