www.samajalive.in
Saturday, December 6, 2025
26.1 C
Bhubaneswar

ଇପିଏଫ୍‌ଓର ମହତ୍ତ୍ୱାକାଂକ୍ଷୀ ସେବା ‘ପ୍ରୟାସ’, ଅବସର ଦିନ ପାଇଲେ ପେନ୍‌ସନ୍‌

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ଭଳି ଦେଶର ଅଣସଂଗଠିତ କ୍ଷେତ୍ର​ରେ କାର୍ଯ୍ୟରତ କର୍ମଚାରୀମାନେ ଏବେ ଅବସର ଦିନ ହିଁ ପେନ୍‌ସନ୍‌ ପାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ଆରମ୍ଭ କରାଯାଇଛି ମହାତ୍ତାକାଂକ୍ଷୀ ସେବା ‘ପ୍ରୟାସ’ ଯୋଗୁ ଏହା ସମ୍ଭବପର ହୋଇପାରିଛି। ସଂଗଠନ ଦ୍ବାରା ପରିଚାଳିତ କର୍ମଚାରୀ ପେନ୍‌ସନ୍‌ ଯୋଜନା ୧୯୯୫ ଅନ୍ତର୍ଗତ ହିତାଧିକାରୀଙ୍କୁ ଅବସର ବା ସେବା ନିବୃତ ଦିବସରେ ପେନ୍‌ସନ୍‌ ପ୍ରଦାନ କରିବାକୁ ଦେଶବ୍ୟାପୀ ଆରମ୍ଭ କରାଯାଇଛି ଏହି ଅଭିନବ ​ସେବା। ବର୍ତ୍ତମାନର କରୋନା ମହାମାରୀ ସମୟରେ ଏହି ତ୍ବରିତ ସେବାକୁ ଆଞ୍ଚଳିକ ଭବିଷ୍ୟନିଧି ଆୟୋଗ କର୍ତ୍ତୃପକ୍ଷଙ୍କ ଦ୍ବାରା ରାଜ୍ୟ ସ୍ତରରେ ଆରମ୍ଭ କରାଯାଇଛି।

ନାଲ୍‌କୋର ଦୁଇ କର୍ମଚାରୀ ମନୁ କୁମାର ଗୌଡ ଏବଂ ରବିନାରାୟଣ ରାଉତ ସେପ୍ଟେମ୍ବର ୩୦ରେ ଅର୍ଥାତ୍‌ ଆଜି ଅବସର ଗ୍ରହଣ କରିଛନ୍ତି। ସଂଗଠନ ପକ୍ଷରୁ ଆଜି ସ୍ଥାନୀୟ ଭବିଷ୍ୟନିଧି କାର୍ଯ୍ୟାଳୟଠାରେ ଆଞ୍ଚଳିକ ଭବିଷ୍ୟନିଧି କମିସନର ସୁଦୀପ୍ତ ଘୋଷ ଉଭୟଙ୍କୁ ପେନ୍‌ସନ୍‌ ଆଦେଶପତ୍ର ପ୍ରଦାନ କରିଛନ୍ତି। ସେହିପରି ରାଉରକେଲା, ବ୍ରହ୍ମପୁର ଏବଂ କେନ୍ଦୁଝରସ୍ଥିତ କାର୍ୟ୍ୟାଳୟଠାରେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ପେନ୍‌ସନ୍‌ ଆଦେଶପତ୍ର ଦିଆଯାଇଥିବା ସ୍ଥାନୀୟ ଭବିଷ୍ୟନିଧି କାର୍ୟ୍ୟାଳୟର ସହାୟକ କମିସନର ସଞ୍ଜୟ କୁମାର ରଥ ଏବଂ ଏସ୍‌.ଡି. ମଜୁମଦାର କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ପ୍ରୟାସ ସେବା ଅନୁଯାୟୀ ୩ ମାସ ମଧ୍ୟରେ ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀମାନଙ୍କୁ ଅନ୍ୟୂନ ୧ ମାସ ମଧ୍ୟରେ ସେମାନଙ୍କର ଦରଖାସ୍ତ ସମ୍ପୃକ୍ତ ଭବିଷ୍ୟନିଧି କାର୍ୟ୍ୟାଳୟରେ ପହଞ୍ଚିବା ଆବଶ୍ୟକ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories