www.samajalive.in
Monday, December 8, 2025
13.1 C
Bhubaneswar

ଚାକିରି ଦେବାକୁ କହି ୨ଶହ ଲୋକଙ୍କୁ ଠକେଇ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଥିବା ୨ ଅଭିଯୁକ୍ତଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ୨ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଆଜି ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଗିରଫ କରାଯାଇଛି। ଏହି ୨ ଅଭିଯୁକ୍ତ ପିଅନ, କିରାଣୀ, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ କହି ୨ଶହ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ୨ ଅଭିଯୁକ୍ତଙ୍କଠାରୁ ବହୁ ନକଲି ସକରାରୀ କାଗଜାତ ସାଙ୍ଗକୁ ନିଯୁକ୍ତିପତ୍ର, ଲୋକସେବା ଭବନରେ ଯୋଗ ଦେବା ଚିଠି ଓ ସିଲ ଜବତ କରାଯାଇଛି। ଏହାସହିତ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଉଭୟଙ୍କଠାରୁ ଜାଲ ନିଯୁକ୍ତିପତ୍ର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଜବତ କରାଯାଇଥିବା ସୂଚନା ମିିଛି।

ସରକାରୀ ବିଭିନ୍ନ ଅଫିସ୍‌ରେ ଚାକିରି ଦେବାକୁ କହି ପ୍ରାୟ ୨୦୦ ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ୨ ଅଭିଯୁକ୍ତଙ୍କୁ ହେଲେ ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ ଗୁଜୁଡ଼ିହା ଗ୍ରାମର ରାଜକିଶୋର ପଟ୍ଟନାୟକ ଓ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ବିରଜା କମ୍ପ୍ଲେକ୍ସର ଅରୁଣ ମହାନ୍ତି। ରାଜ ଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିଅନ, କିରାଣି, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ ଯୁବକଯୁବତୀମାନଙ୍କୁ ଭରସା ଦେଇ ସେମାନେ ଟଙ୍କା ଠକି ନେଉଥିବା ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିଲା ଏବଂ ଏଥିରେ ଉକ୍ତ ଦୁଇଜଣଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ସେମାନଙ୍କୁ ଗିରଫ ପରେ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories