www.samajalive.in
Friday, December 5, 2025
27.1 C
Bhubaneswar

ଗିଲ୍‌ଙ୍କ ପାଇଁ ଆମେ ଯୋଜନା କରିଛୁ: ଷ୍ଟୋକ୍‌ସ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଗୁରୁବାରଠାରୁ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଇଂଲଣ୍ଡ ପାଇଁ ଚିନ୍ତାର ବିଷୟ ହୋଇଛନ୍ତି। ଗିଲ୍‌ ଏଜବାଷ୍ଟନରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ଓ ଦ୍ବିତୀୟ ଇନିଂସରେ ୧୬୧ ରନ୍‌ ସହ ମୋଟ ୪୩୦ ରନ୍‌ କରିଥିଲେ। ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ଗିଲ୍‌ ଏକ ଟେ​‌ଷ୍ଟ ମ୍ୟାଚର ଉଭୟ ଇନିଂସରେ ୧୫୦ରୁ ଅଧିକ ରନ ସ୍କୋର କରିଥିଲେ। ଚମତ୍କାର ଫର୍ମରେ ଥିବା ଗିଲଙ୍କ ଉପରେ ମଧ୍ୟ ଲର୍ଡସ ଟେଷ୍ଟରେ ନଜର ରହିବ। ଏହା ପୂର୍ବରୁ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ କହିଛନ୍ତି, ପ୍ରତ୍ୟେକ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ୱିକେଟ ନେଇ ଆମ ବୋଲର ଯୋଜନା ଓ ରଣନୀତି ସହ ପଡ଼ିଆକୁ ଓହ୍ଲାଇବେ। ଭଲ କ୍ରିକେଟର ସବୁବେଳେ ଭଲ ଖେଳିଥାନ୍ତି। ଗିଲ୍‌ ଜଣେ ଚମତ୍କାର କ୍ରିକେଟର। ଗିଲ୍‌ଙ୍କ ୱିକେଟ ହାସଲ ନେଇ ଆମେ ସ୍ବତନ୍ତ୍ର ଯୋଜନା କରିଛୁ। ଲର୍ଡସ ଟେଷ୍ଟ ଲାଗି ଦ୍ରୁତ ବୋଲର ଜେଫ୍ରା ଆର୍ଚର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିବା ବେଳେ ଜୋଶ ଟଙ୍ଗ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପ​‌େ​‌ର ଆର୍ଚର ଲର୍ଡସ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ୪ ବର୍ଷ ପରେ ଆର୍ଚର ଟେଷ୍ଟ ଖେଳିବେ। ଆର୍ଚରଙ୍କ ପ୍ରତ୍ୟାବର୍ତ୍ତନ ଦଳର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛି। ​‌େ​‌ସ ଜଣେ ମ୍ୟାଚ ବିଜେତା। ଶୃଙ୍ଖଳା ବର୍ତ୍ତମାନ ୧-୧ ବରାବର ରହିଥିବାରୁ ୩ୟ ଟେ​‌ଷ୍ଟ ଗୁରୁତ୍ବପୂର୍ଣ୍ଣ ବୋଲି ଷ୍ଟୋକ୍‌ସ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories