www.samajalive.in
Tuesday, December 9, 2025
15.1 C
Bhubaneswar

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର, ଅନ୍ୟ ୨ ସହଯୋଗୀ ଆହତ

ବ୍ରହ୍ମପୁର: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଆହତ ହୋଇଛି । ଗଞ୍ଜାମ ଜିଲା ପୋଲସରା କାକୁଡ଼ିଆ ଜଙ୍ଗଲରେ ପୁଲିସ ଆଜି ସକାଳ ୬ଟାରେ ପୁଲିସ ଏନକାଉଣ୍ଟର କରିଥିଲା। ଏନକାଉଣ୍ଟର ବେଳେ ପୁଲିସ-ବୁଚି ପାତ୍ର ଓ ତାର ସହଯୋଗୀ ମୁହାଁମୁହିଁ ହୋଇଥିଲେ। । ପୁଲିସ ଗୁଳିରେ ବୁଚି ପାତ୍ର ଗୁରୁତର ହୋଇଛି ଏବଂ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାର ଅନ୍ୟ ଦୁଇ ସହଯୋଗୀ ଲିପୁ ଓରଫ ଅଜିତ ନାୟକ ଓ ପଣ୍ଡା ଓରଫ ଅକ୍ଷୟ ନାୟକଙ୍କୁ ମଧ୍ୟ ପୁଲିସ କାବୁ କରିବାରେ ସଫଳ ହୋଇଛି ।
ଏନକାଉଣ୍ଟର ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚିର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ମଧ୍ର ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଗୋଟିଏ ମାଉଜର, ୨ଟି ଗୁଳି ଏବଂ ବାଇକ୍ ପୁଲିସ ଜବତ କରିଛି । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories