www.samajalive.in
Tuesday, December 9, 2025
15.1 C
Bhubaneswar

କ୍ରୀତି-ସିଦ୍ଧାର୍ଥ ଯୋଡ଼ି

୨୦୧୪ରେ ରୋମାଣ୍ଟିକ୍-ଥ୍ରିଲର୍ ‘ଏକ୍ ଭିଲିଆନ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ପ୍ରଥମଥର ସିଦ୍ଧାର୍ଥ ମଲହୋତ୍ରା-ଶ୍ରଦ୍ଧା କପୁରଙ୍କ ଯୋଡ଼ି ଏଥିରେ ଆସିଥିଲେ। ଦର୍ଶକ ମହଲରେ ପ୍ରଶଂସିତ ହେବା ସହ ବକ୍ସ ଅଫିସରେ ହିଟ୍ ଯୋଡ଼ି ସାବ୍ୟସ୍ତ ହୋଇଥିଲା। ନିର୍ଦେଶକ ମୋହିତ୍ ସୁରି ୪ ବର୍ଷ ପରେ ଏହାର ଦ୍ବିତୀୟ ଭାଗ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥରକ ନାୟକ ଭାବେ ସିଦ୍ଧାର୍ଥ ଓ ତାଙ୍କ ଯୋଡ଼ି ଭାବେ କ୍ରୀତି ଶାନନଙ୍କୁ ଦେଖିବାକୁ ମିଳିବ। ଦୁହେଁ ପ୍ରଥମଥର ଏକତ୍ର କାମ କରିବେ। କ୍ରୀତି ‘ବରେଲି କି ବର୍ଫି’ରେ ଦମଦାର ଅଭିନୟ ପ୍ରଦର୍ଶନ କରିବା ପରେ ହିଁ ନିର୍ଦେଶକ ମୋହିତ୍ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ଭଲ କାହାଣୀ ଦେଖି କ୍ରୀତି ଅବା ସୁଯୋଗ ହାତଛଡ଼ା କାହିିଁକି କରିଥାନ୍ତେ? ଏକ୍-ଭିଲିଆନ୍-୨ର ଦ୍ବିତୀୟ ଭାଗରେ ଖଳନାୟକ ଭାବେ ଅଜୟ ଦେବଗନଙ୍କୁ ନେବା ନିମନ୍ତେ କଥାବାର୍ତ୍ତା ଚାଲିଛି। ତେବେ ସମୟ ଅଭାବ କାରଣରୁ ଅଜୟ ଏବେ ପର୍ୟ୍ୟନ୍ତ ସମ୍ମତି ଜଣାଇ ପାରିନାହାନ୍ତି। ସ୍କଟଲାଣ୍ଡରେ ଏହାର ସୁଟିଂ ହେବାକୁ ଯୋଜନା ଥିବାବେଳେ ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ ଏସବୁ କାମ ଆରମ୍ଭ ହେବାର ଯୋଜନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories