www.samajalive.in
Saturday, December 6, 2025
26.1 C
Bhubaneswar

ହାତୀ ଶାବକ ପାଇଁ ଉଗ୍ର ହାତୀ ପଲ

ଚିକିଟି  : ଚିକିଟି ବ୍ଲକର କେରାଣ୍ଡି ମାଳ ଜଙ୍ଗଲ ଉପତ୍ୟକାରେ ଦୀର୍ଘ ତିନିମାସ ଧରି ହାତୀପଲ ବ୍ୟାପକ ଉପଦ୍ରବ କରି ଚାଷୀର ନିଦ ହଜାଇ ଦେଇଥିବା ବେଳେ ଧାନ , ପନିପରିବା ଓ ନଡ଼ିଆ କଦଲୀ ପରି ଉଦ୍ୟାନ ଚାଷ ନଷ୍ଟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ହାତୀ ପଲରର ପରସ୍ପର ଲଢେଇରେ ଚାଷ ଜମିରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଯାହା ଫଳରେ ହାତୀ ପଲରେ ଆଉ ୧୨ଟି ହାତୀ ଥିଲେ । ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ପୁଣି ହାତୀ ପଲରେ ଜଣେ ନୂଆଁ ସଦସ୍ୟ ଆସିଛି । ସୋମବାର ରାତିରେ ଚିକିଟି ଉପକଣ୍ଠ ରାମଗୁଡ଼ା ନିକଟ ଏକ ଆମ୍ବ ତୋଟାରେ ହାତୀ ଛୁଆ ଜନ୍ମ କରିଛି । ମାଁ ଓ ଛୁଆ ହାତୀ୍କୁ ସୁରକ୍ଷା ଦେବାକୁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି । ଗତକାଲି ହାତୀ ଛୁଆ ସାମାନ୍ୟ ଚାଲିବା ସ୍ତରକୁ ଆସିବାରୁ ହାତୀ ପଲ ଗାଁ ମୁହାଁ ହୋଇ ଚିକିଟି , ଭୋଲାଶୀଙ୍ଗି , କୋଲଥିଆ , ଲିଆଖାଈ ଦେଇ ଭାଲୁଘାଇ ନିକଟ ବାଲିପଦର୍ ତୋଟା ରେ ଥିବା କୁହାଯାଉଛି । ହାତୀ ପଲ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି । ହାତୀ ପଲରେ ଛୁଆ ହାତୀ ଥିବାରୁ ସେମାନେ ଆକ୍ରମଣା ତ୍ମକ ଢଙ୍ଗରେ ଅଛନ୍ତି ଓ ଲୋକଙ୍କୁ ହାତୀ ପଲ ନିକଟକୁ ନଜିବାପାଇଁ ପରାମର୍ଶ ଦିଆଯାଇଛି । ଚିକିଟି ଅଞ୍ଚଲରେ ହାତୀ ପଲକୁ ନେଇ ଏକ ପ୍ରକାର ଭୟର ବାତାବରଣ ଦେଖା ଦେଇଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories