www.samajalive.in
Sunday, December 7, 2025
15.1 C
Bhubaneswar

ଓଜନ ହ୍ରାସ ପାଇଁ ରସୁଣ,ପୁଦିନାର ସେବନ

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ କାର୍ବୋହାଇଡ଼୍ରେଟର ମାତ୍ରା ଅଧିକ ହେଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ତେଣୁ ଲୋକେ କାବ୍ରୋହାଇଡ଼୍ରେଟ ମାତ୍ରା କମ ଥିବା ଖାଦ୍ୟ ଖାଇଥାଆନ୍ତି। ରୁଟିରେ ଏହି କାବ୍ରୋହାଇଡ଼୍ରେଟ ମାତ୍ରା କମ ଥିବାରୁ ଅଧିକାଂଶ ଲୋକେ ଓଜନ ହ୍ରାସ ପାଇଁ ରୁଟି ଖାଇବାକୁ ଆରମ୍ଭ କରିଥାଆନ୍ତି। ମାତ୍ର ଦିନରେ କେତେ ପରିମାଣରେ ରୁଟି ଖାଇବା ଉଚିତ ଜାଣନ୍ତୁ ….
ରୁଟିରେ କାବ୍ରୋହାଇଡ଼୍ରେଟର ମାତ୍ରା କମ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ଼୍ରେଟ, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ ଫାଇବର ରହିଛି।
ଯଦି ଆପଣ ଓଜନ ହ୍ରାସ ପାଇଁ ଡ଼ାଏଟିଂ କରୁଛନ୍ତି, ତେବେ ଦିନରେ କେତେ ପରିମାଣରେ କାର୍ବୋହାଇଡ଼୍ରେଟ ଗ୍ରହଣ କରିବେ ତାହା ଜାଣିବା ଆବଶ୍ୟକ। ୨୫୦ ଗ୍ରାମ ପର୍ୟ୍ୟନ୍ତ କାବ୍ରୋହାଇଡ଼୍ରେଟ ଆପଣ ଗ୍ରହଣ କରିପାରିବେ । ତେଣୁ ଦୈନିକ ଆପଣ ୫ଟି ରୁଟି ଖାଇପରିବେ।
ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଆପଣ ଯଥାସମ୍ଭବ ମଧ୍ୟାହ୍ନ ଭୋଜନ କିମ୍ବା ଅପରାହ୍ନ ୪ଟା ଭିତରେ ରୁଟି ଖାଇବା ଉଚିତ।
ରସୁଣ: ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ଦୈନିକ ସକାଳେ ଖାଲିପେଟରେ ୨-୩ଟି ରସୁଣ କୋଲା ଚୋବାଇ ଖାଇଲେ ପେଟ କମ୍ ହେବା ସହ ଓଜନ ମଧ୍ୟ କମିଥାଏ। ଏହା କାରଣରୁ ରକ୍ତଚାପ ନିୟନ୍ତ୍ରିତ ହେବା ସହ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ପୁଦିନା ପତ୍ର: ପୁଦିନା ପତ୍ର ରସ କିମ୍ବା ପୁଦିନା ପତ୍ରର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଆବଶ୍ୟକ। ଏହି ପତ୍ରରେ ଥିବା ପୋଷକତତ୍ତ୍ବ ଭଲ ହଜମ କରିବା ସହ ଭୋକ ନିୟନ୍ତ୍ରଣ କରେ। ଏଣୁ ଭୋଜନ ପୂର୍ବରୁ ପୁଦିନା ପତ୍ର ରସ ଅଧ ଗିଲାସ ପିଇବା ଦ୍ବାରା ମେଦ ହ୍ରାସ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories